ଟ୍ରେନରେ ରଇସ’ର ପ୍ରମୋସନ କରିବେ ଶାହାରୁଖ !

36

ବଲିଉଡ ବାଦଶାହା ଶାହାରୁଖ ଖାନ ଖୁବଶୀଘ୍ର ଦିଲ୍ଲୀରେ ତାଙ୍କ ଆଗାମୀ ସିନେମା ରଇସ’ର ପ୍ରମୋସନ କରିବେ । ଏଥର କିନ୍ତୁ ଶାହାରୁଖ ଫ୍ଲାଇଟ ନୁହେଁ, ବରଂ ଟ୍ରେନରେ ଯାଇ ରଇସ’କୁ ପ୍ରମୋଟ କରିବେ । ଆସନ୍ତାକାଲି ରଇସ’ର ପୁରା ଟିମ ସହ ଶାହାରୁଖ ଅଗସ୍ତ କ୍ରାନ୍ତି ଟ୍ରେନରେ ଦିଲ୍ଲୀ ଯାତ୍ରା କରିବେ ।

ତେବେ ମଙ୍ଗଳବାର ସକାଳେ ହଜରତ ନିଜାମୁଦ୍ଦିନ ଷ୍ଟେସନରେ ପହଂଚିବେ । କିଙ୍ଗଖାନଙ୍କ ଏହି ଟ୍ରେନ ଯାତ୍ରା ସମୟରେ ରଇସ’ର ଅନ୍ୟ କଳାକାରଙ୍କ ସହ ସିନେମା ନିର୍ମାତା ରିତେଶ ମାଧୱାନୀ ଓ ନିର୍ଦ୍ଦେଶକ ରାହୁଲ ଢୋଲକିୟା ଉପସ୍ଥିତ ରହିବେ ।