ନାଇଜେରିଆ ଯୁବକମାନେ ଗାଇଲେ ‘ଦିଲ୍ ତୋ ପାଗଲ ହେ’ ! କିଛି ସମୟ ମଧ୍ୟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ , ଦେଖନ୍ତୁ ଭିଡିଓ

178

ସାରା ବିଶ୍ୱରେ ବଲିଉଡ୍ ଗୀତର ଚାହିଦା ଖୁବ୍ ଅଧିକ ରହିଛି ତେଣୁ ବିଭିନ୍ନ ଦେଶରେ ବଲିଉଡ୍ ଅଭିନେତା କିମ୍ବା ଅଭିନେତ୍ରୀଙ୍କ କେହି ନା କେହି ପ୍ରଶଂସକ ଥାଆନ୍ତି । କିଛି ଦିନ ତଳେ ସୋସିଆଲ୍ ମିଡିଆରେ ଶାହରୁଖ୍ ଖାନଙ୍କ “କଲ୍ ହୋ ନା ହୋ”ର ଏକ ଗୀତକୁ ନାଇଜେରିଆର କିଛି ଯୁବକ ଗାଇ ଏହାକୁ ଭାଇରାଲ୍ କରିଥିଲେ । ସୋସିଆଲ୍ ମିଡିଆରେ ସେତେବେଳେ ଏହି ଗୀତଟି ଖୁବ୍ ଭାଇରାଲ୍ ହୋଇଥିଲା । ଲୋକ ମଧ୍ୟ ଗୀତଟିକୁ ଖୁବ୍ ପସନ୍ଦ କରୁଥିଲେ ।

୫ ଜଣ ଯୁବକ ଗାଉଥିବା ଏହି ଗୀତଟି ଭାଇରାଲ୍ ହେବା ପରେ ଶାହରୁଖ୍ ଖାନଙ୍କ “ଦିଲ୍ ୱାଲେ ଦୁଲହନିଆ”ର ଆଉ ଏକ ଗୀତକୁ ନାଇଜେରିଆର କିଛି ଯୁବକ ଗାଇ ଏହାକୁ ଭାଇରାଲ୍ କରିଛନ୍ତି । ଏହି ଗୀତଟି ମଧ୍ୟ ଇଣ୍ଟରନେଟ୍ ରେ ଖୁବ୍ ଭାଇରାଲ୍ ହେଉଛି । ନାଇଜେରିଆର ଏହି ଯୁବକମାନେ ପ୍ରାଞ୍ଜଳ ଭାବେ କିଙ୍ଗଖାନ୍ ଅଭିନିତ ଏହି ଗୀତକୁ ଗାଇଛନ୍ତି ।