ବଡକୁହାପଣ ପାଇଁ ଫଶିଗଲେ ବଲିଉଡ କୁଇନ! କଙ୍ଗନାଙ୍କ ସହ ଏକାଠି କାମ କରିବାକୁ ମନା କଲେ କିଙ୍ଗ୍ ଖାନ

28

କଙ୍ଗନା ରାଣାୱତ ତାଙ୍କର ବଡକୁହାପଣ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏମିତିରେ ସିନେ ଜଗତରେ କଙ୍ଗନାଙ୍କ ଅଧିକ ବନ୍ଧୁ ନାହାନ୍ତି, ତାଙ୍କର ଏହି ବଡକୁହାପଣ ପାଇଁ ଏବେ ତାଙ୍କ ପେଶାଦାର ଜୀବନ ଉପରେ ପ୍ରଭାବ ପଡିବାରେ ଲାଗିଛି । ସୂଚନା ଅନୁସାରେ ନିକଟରେ ଜଣେ ସୁପରଷ୍ଟାର କଙ୍ଗନାଙ୍କ ସହ କାମ କରିବା ପାଇଁ ମନା କରି ଦେଇଛନ୍ତି । କିଛି ଦିନ ପୂର୍ବରୁ କଙ୍ଗନା କରଣ ଜୋହରଙ୍କ ସୋ’ରେ କହିଥିଲେ ଶାହାରୁଖ ଖାନ,ସଲମାନ ଖାନ ଓ ଆମିର ଖାନଙ୍କ ମଧ୍ୟରୁ କୌଣସି ଖାନଙ୍କ ଆବଶ୍ୟକତା ନାହିଁ ତାଙ୍କର।

ଏହାର ଅର୍ଥ ହେଲା ସିନେମାରେ ସେ କୌଣସି ଖାନଙ୍କ ସହ କାମ କରିବା ପାଇଁ ଚାହାନ୍ତି ନାହିଁ । ତେବେ ଏକଥା କଙ୍ଗନା ମଜାକରେ କହିଥିଲେ କି ନାହିଁ ସେକଥା ସେ ଜାଣନ୍ତି, କିନ୍ତୁ ଏକଥାକୁ କିଙ୍ଗ୍ ଖାନ ଖୁବ ଗମ୍ଭୀରତା ସହ ନେଇଛନ୍ତି । ନିକଟରେ ସଞ୍ଜୟ ଲୀଲା ଭନସାଲୀ ନିଜର ଦୁଇଟି ସିନେମା ପାଇଁ ସ୍କ୍ରିପ୍ଟ ନେଇ ଶାହାରୁଖଙ୍କ ପାଖରେ ପହଞ୍ଚିଥିଲେ ।

ସେଥିରୁ ଗୋଟିଏ ସିନେମାର ନାୟିକା ଥଲେ କଙ୍ଗନା । ଯେମିତି ଏକଥା କିଙ୍ଗ ଖାନ ଜାଣିଲେ ସେ କଙ୍ଗନାଙ୍କ ସିନେମା ଛାଡି ଅନ୍ୟ ସିନେମାକୁ ବାଛିଥିିଲେ । ତେବେ ଏକଥାରୁ ଜଣାପଡୁଛି ଶାହାରୁଖଙ୍କୁ କଙ୍ଗନାଙ୍କ ବଡକୁହାପଡ ବିଲକୁଲ ପସନ୍ଦ ନାହିଁ । ଏହି ପ୍ରକାରରେ କଙ୍ଗନା ଶାହାରୁଖଙ୍କ ସହ କାମ କରିବାର ମଉକା ହରାଇଦେଲେ ।