କିଙ୍ଗ ଖାନ ରଖିଲେ ଲେଡି ବଡିଗାର୍ଡ ! ଜାଣନ୍ତୁ ଏହାର ରହସ୍ୟ

24

ଶାହାରୁଖ ଖାନ ବଲିଉଡର ଏମିତି ଜଣେ ସୁପରଷ୍ଟାର ଯାହାର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ଯେଉଁଠିି କି ବି ସେ ଯାଆନ୍ତି ଫ୍ୟାନମାନେ ତାଙ୍କର ଦିୱାନା ହୋଇଯାଆନ୍ତି । କେବେ କେବେ ପ୍ରଶଂସକଙ୍କ ପାଗଳାମି ଏନେ ବଢିଯାଏ ଯେ ଏହା ଶାହାରୁଖଙ୍କ ପାଇଁ କ୍ଷତିକର ସାବ୍ୟସ୍ତ ହୋଇଥାଏ । ଏପରି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ କିଙ୍ଗ ଖାନ ଏକ ଅଭିନବ ଉପାୟ ବାହାର କରିଛନ୍ତି ।

ଶାହାରୁଖଙ୍କ ପାଖରେ ପ୍ରଥମରୁ ହିଁ ଅନେକ ବଡିଗାର୍ଡ ଅଛନ୍ତି , ଆଉ ଏବେ ସେ ଜଣେ ଲେଡି ବଡିଗାର୍ଡ ରଖିଛନ୍ତି । ଏହାର କାରଣ ଜାଣିଲେ ଆପଣ ହସ ରୋକି ପାରିବେ ନାହିଁ । ଏକ ୱେବସାଇଟ ଅନୁସାରେ ଶାହାରୁଖ କହିଛନ୍ତି ମହିଳା ମାନଙ୍କର ବହୁତ ବଡବଡ ନଖ ଥାଏ ଏବଂ ବେଳେବେଳେ ସେମାନଙ୍କ ଭଲପାଇବା ତାଙ୍କୁ ବହୁତ କଷ୍ଟ ପହଞ୍ଚାଇଥାଏ ।

ଏହାସହ ସେ କହିଛନ୍ତି ଅନେକ ଥର ତାଙ୍କୁ ପତ୍ନୀ ଓ ପିଲାଙ୍କ ଆଗରେ ମଧ୍ୟ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡେ କି ତାଙ୍କ ଶରୀରରେ ଏ ଚିହ୍ନ କେଉଁଠୁ ଆସଲା । ଏଥିରୁ ରକ୍ଷା ପାଇବା ପାଇଁ ସେ ମହିଳା ବଡିଗାର୍ଡ ନିଯୁକ୍ତ କରିଛନ୍ତି ବୋଲି ଜଣାପଡିଛି ।