ବଲିଉଡ କିଙ୍ଗ ଖାନଙ୍କୁ ଡକ୍ଟରେଟ ଉପାଧି : ଲଣ୍ଡନର ଲ’ ୟୁନିର୍ଭସିଟି ପକ୍ଷରୁ ଶାହାରୁଖ ସମ୍ମାନିତ

୩୫୦ ଛାତ୍ରଙ୍କ ଉପସ୍ଥିତିରେ ଦିଆଗଲା ସମ୍ମାନ

227

ବଲିଉଡ କିଙ୍ଗ ଖାନ ଶାହାରୁଖଙ୍କୁ ଡକ୍ଟରେଟ ଉପାଧି । ଲଣ୍ଡନର ଲ’ ୟୁନିର୍ଭସିଟି ତରଫରୁ ଶାହାରୁଖ ଖାନଙ୍କୁ ଡକ୍ଟରେଟ ଉପାଧି ଦେଇ ସମ୍ମାନିତ କରାଯାଇଛି । ଶାହାରୁଖଙ୍କୁ ଏହି ଉପାଧି ଫିଲାନଥ୍ରୋପି ବିଷୟରେ ଦିଆଯାଇଛି । ଗୁରୁବାର ଲ’ ୟୁନିର୍ଭସିଟି-ଅଫ-ଲଣ୍ଡନରେ ଆୟୋଜିତ କାର୍ଯ୍ୟକ୍ରମରେ ୟୁନିର୍ଭସିଟିର ୩୫୦ ଛାତ୍ରଙ୍କ ଉପସ୍ଥିତିରେ ଶାହାରୁଖଙ୍କୁ ଏହି ସମ୍ମାନ ଦିଆଯାଇଛି ।

ପ୍ରଥମ ଥର ପାଇଁ ବଲିଉଡ ବାଦଶାହଙ୍କୁ ଡକ୍ଟର ଉପାଧି ମିଳିନାହିଁ । ଏହା ପୂର୍ବରୁ ୨୦୧୫ରେ ଶାହାରୁଖଙ୍କୁ ୟୁନିର୍ଭସିଟି ଅଫ ଏଡିନବର୍ଗ ଓ ୨୦୦୯ରେ ୟୁନିର୍ଭସିଟି ଅଫ ବେଡଫୋର୍ଡସାୟର ପକ୍ଷରୁ ଡକ୍ଟରେଟ ଉପାଧି ଦିଆଯାଇଥିଲା । ସେହିପରି ୨୦୧୬ ମସିହାରେ ମୌଲାନା ଆଜାଦ ନ୍ୟାସନାଲ ୟୁନିର୍ଭସିଟି ମଧ୍ୟ କିଙ୍ଗ ଖାନାଙ୍କୁ ଡକ୍ଟରେଟ ସମ୍ମାନରେ ସମ୍ମାନୀତ କରିଥିଲା ।