ଗୌରୀଙ୍କ ପାଇଁ ହିନ୍ଦୁ ହେବାର ନାଟକ କରିଥିଲେ କିଙ୍ଗ ଖାନ୍ ! ସିନେମା ପରି ଥିଲା ଉଭୟଙ୍କ ପ୍ରେମକାହାଣୀ

50

ଶାହାରୁଖ ଖାନ ଓ ଗୌରୀଙ୍କ ପ୍ରେମକାହାଣୀ ବଲିଉଡ ଜଗତରେ ବହୁତ କମ୍ ଦେଖିବାକୁ ମିଳେ । ଆଜି ଉଭୟଙ୍କ ବୈବାହିକ ଜୀବନକୁ ୨୬ବର୍ଷ ପୁରିଛି । ଶାହାରୁଖ ଖାନ ଓ ଗୌରୀଙ୍କ ବିବାହ ବାର୍ଷିକୀରେ ଆମେ ଆପଣଙ୍କୁ ଉଭୟଙ୍କ ନିଆରା ପ୍ରେମ କାହାଣୀ ବିଷୟରେ କିଛି କହିବାକୁ ଚାହୁଁଛୁ । ତାଙ୍କ ପ୍ରେମ କାହାଣୀ ଏତେ ସହଜ ନଥିଲା । ଶାହାରୁଖ ଓ ଗୌରୀଙ୍କ ପ୍ରେମକାହାଣୀ ବିଲକୁଲ ସିନେମାର କାହାଣୀ ପରି ହିଁ ଥିଲା । ଉଭୟେ ଉଭୟଙ୍କୁ ପାଇବା ପାଇଁ ବହୁତ କଷ୍ଟ କରିଥିଲେ ।

ଅନେକ ଚେଷ୍ଟା ପରେ ଭୟଙ୍କ ପ୍ରେମ ସଫଳ ହୋଇଥିଲା । ୧୯୮୪ରେ ଏକ ପାର୍ଟିରେ ଉଭୟଙ୍କର ପ୍ରଥମ ଦେଖା ହୋଇଥିଲା । ସେତେବେଳେ ଶାହରୁଖଙ୍କୁ କେବଳ ୧୮ବର୍ଷ ବୟସ ହୋଇଥିଲା । ଶାହାରୁଖ ଦେଖିଲେ ପାର୍ଟିରେ ଗୌରୀ ଡ୍ୟାନ୍ସ ନକରି ଏକା ଛିଡ଼ା ହୋଇଛନ୍ତି । ଶାହାରୁଖ ଗୌରୀଙ୍କ ପାଖକୁ ଯାଇ ତାଙ୍କ ସହ ଡାନ୍ସ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମାତ୍ର ଗୌରୀ ଶାହାରୁଖଙ୍କ ପ୍ରସ୍ତାବକୁ ଅସ୍ୱୀକାର କରିଦେଇଥିଲେ । ଏବଂ କହିଥିଲେ ସେ ତାଙ୍କ ବୟଫ୍ରେଣ୍ଡଙ୍କୁ ଅପେକ୍ଷା କରିଛନ୍ତି ।

ଗୌରୀଙ୍କ ଭାଇ ଉପସ୍ଥିତ ଥିବ ଯୋଗୁଁ ଗୌରୀ ଏପରି ମିଛ କହିଥିଲେ । ଶାହରୁଖଙ୍କୁ ଏହି ଘଟଣା ସମ୍ପର୍କରେ ଜଣାପଡିବାରୁ ସେ କହିଥିଲେ ମୋତେ ତମେ ନିଜ ଭାଇ ଭାବିପାର । ଏହି ଘଟଣାକୁ ଶାହରୁଖ ଏକ ସାକ୍ଷାତକାରରେ କହିଥିଲେ । ସେବେବେଠାରୁ ଏକ ସମ୍ପର୍କର ଖିଅ ଆରମ୍ଭ ହୋଇଥିଲା । ତେବେ ଶାହରୁଖଙ୍କ ଷ୍ଟାଇଲ ଓ ଦୃଢ ବିଶ୍ୱାସରେ ପ୍ରଭାବିତ ଥିଲେ ଗୌରୀ । ଶାହାରୁଖ ,ଗୌରୀଙ୍କ ପାଇଁ ସବୁବେଳ ଅଧକ ପୋଜେସିଭ ରହୁଥିଲେ ।

କିନ୍ତୁ ଉଭୟଙ୍କ ସମ୍ପର୍କରେ ବାଦକ ସାଜିଥିଲା ଉଭୟଙ୍କ ଧର୍ମ । ଶାହାରୁଖ ମୁସଲମାନ ଆଉ ଗୌରୀରୀ ହିନ୍ଦୁ । ଗୌରୀଙ୍କ ବାପାମା’ ଉଭୟଙ୍କ ସମ୍ପର୍କକୁ ନେଇ ବିଲକୁଲ ରାଜି ନଥିଲେ । ଏହା ବ୍ୟତୀତ ଶାହାରୁଖଙ୍କ ସେ ସମୟରେ ସିନେମାରେ ସଫଳ ମଧ୍ୟ ହୋଇନଥିଲେ । ଅନେକ ସଂଘର୍ଷ ପରେ ଉଭୟଙ୍କ ପ୍ରେମ ସଫଳ ହୋଇଥିଲା । ତେବେ ସବୁଠାରୁ ବଡ଼ କଥା ହେଲା ଗୌରୀଙ୍କ ମା’ବାପାଙ୍କୁ ମନେଇବା ପାଇଁ ଶାହାରୁଖ ହିନ୍ଦୁ ହେବାର ନାଟକ ମଧ୍ୟ କରିଥିଲେ । ଏତେ କଷ୍ଟ କଲା ପରେ ଉଭୟେ ଏକାଠି ହୋଇଥିଲେ ଏବଂ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।