ଆଉ ଧରିବାକୁ ପଡିବନି ମୋବାଇଲ ଫୋନ ! କାନରେ ଆଙ୍ଗୁଠି ଛୁଇଁବା ମାତ୍ରେ ଆପଣାଛାଏଁ ରିସିଭ ହୋଇଯିବ ଫୋନ୍ କଲ

78

ପ୍ରିୟଜନ, ସାଙ୍ଗସାଥୀଙ୍କ ସହ କଥାହେବା ପାଇଁ ଏଣିକି ଆଉ ମୋବାଇଲ ଫୋନ ଧରିବାକୁ ପଡିବନି । ଅନ୍ୟମାନଙ୍କର କଲ ରିସିଭ କରିବା ପାଇଁ କେବଳ କାନରେ ଫିଙ୍ଗର ଟଚ କରିବାକୁ ପଡିବ । ଆଉ ଏହାପରେ ବେଶ ଆରାମରେ ଆପଣ କଥା ହୋଇପାରିବେ । ତେବେ ଏଥିପାଇଁ ଆପଣଙ୍କୁ ଏକ ସ୍ମାର୍ଟ ରିଷ୍ଟବ୍ୟାଣ୍ଡ ହାତରେ ପିନ୍ଧିବାକୁ ପଡିବ । ଯାହା ସାହାଯ୍ୟରେ କାନରେ ଫିଙ୍ଗର ଟଚ କରି କଥା ହୋଇପାରିବେ । ଶୁଣିବାକୁ ଆଶ୍ଚଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଏକ ସ୍ମାର୍ଟ ଡିଭାଇସ ଖୁବ ଶୀଘ୍ର ବଜାରରେ ଲଞ୍ଚ ହେବାକୁ ଯାଉଛି ।

thସାଉଥ କୋରିଆର ଷ୍ଟାଟଅପ କମ୍ପାନି Innomdle Lab ଏକ ସ୍ମାର୍ଟ ଷ୍ଟ୍ରିପ ବା ବ୍ୟାଣ୍ଡ ନିର୍ମାଣ କରିଛି ଯାହା କଲିଙ୍ଗ ବ୍ୟବସ୍ଥାକୁ ସରଳ କରିଛି । Signl ନାମକ ଏହି ରିଷ୍ଟ ବ୍ୟାଣ୍ଡ ଷ୍ଟ୍ରିପ ମଣିଷର ଆଙ୍ଗୁଠିକୁ ଫୋନ ରିସିଭରରେ ପରିଣତ କରିପାରୁଛି । ତେବେ ଏଥିପାଇଁ ପ୍ରଥମେ ଏହି ରିଷ୍ଟବ୍ୟାଣ୍ଡକୁ ସ୍ମାର୍ଟଫୋନ ସହ ପେୟାର କରି ହାତରେ ପିନ୍ଧିବାକୁ ପଡିବ । ରିଷ୍ଟ ବ୍ୟାଣ୍ଡକୁ ଫୋନରେ ପେୟାର କରିବା ପରେ ମୋବାଇଲକୁ କଲ ଆସିଲେ କାନରେ ଆଙ୍ଗୁଳି ଟଚ କରି କଲ କରିଥିବା ବ୍ୟକ୍ତିଙ୍କ ସହ କଥା ହୋଇପାରିବେ ।

ଏହି ରିଷ୍ଟ ବ୍ୟାଣ୍ଡରେ ବିଭିନ୍ନ ଅତ୍ୟାଧୁନିକ ଫିଚର ରହିଛି ।ଯାହାଦ୍ୱାରା ବିଭିନ୍ନ ସମୟରେ ଆପଣ ମୋବାଇଲକୁ ଆସୁଥିବା ନୋଟିଫିକେସନ ମଧ୍ୟ ଦେଖି ପାରିବେ । ଏହାଛଡା ଏହି ରିଷ୍ଟ ବ୍ୟାଣ୍ଡକୁ ସାଧାରଣ ଘଣ୍ଟ କିମ୍ବା ସ୍ମାର୍ଟ ୱାଚ ସହ ମଧ୍ୟ ପିନ୍ଧିପାରିବେ । କମ୍ପାନିର କହିବା ଅନୁଯାୟୀ, , ଏହି ରିଷ୍ଟ ବ୍ୟାଣ୍ଡର ଅଡିଓ କ୍ୱାଲିଟି ବହୁତ ଭଲ ଓ କଥା ହେବା ବେଳେ ବିଲକୁଲ ଲାଗିବ ନାହିଁ କି ଆପଣ କାନରେ ଆଙ୍ଗୁଠି ଯୋଗେ କଲରେ କଥା ହେଉଛନ୍ତି । କଲ ଆସିବା ବେଳେ ଏହି ରିଷ୍ଟ ବ୍ୟାଣ୍ଡ ଭାଇବ୍ରେଟ କରିଥାଏ । ତେଣୁ କଲ ରିସିଭ କରିବାକୁ ହେଲେ ଏଥିରେ ଦିଆଯାଇଥିବା ବୋଟମକୁ ପ୍ରେସ କରିବାକୁ ପଡିଥାଏ । ଏହାପରେ କାନରେ ଫିଙ୍ଗର ଟଚ କରି ବେଶ ଆରାମରେ କଥା ହୋଇପାରିବେ ।

 Signl ରିଷ୍ଟ ବ୍ୟାଣ୍ଡର ନିର୍ମାତାଙ୍କ କହିବା ଅନୁଯାୟୀ, ଏହି ବ୍ୟାଣ୍ଡର ଅଡିଓ କ୍ୱାଲିଟ ଅନ୍ୟ ଫୋନ ଅପେକ୍ଷା ବେଶ ଭଲ । ଏହାଛଡା କଥା ହେବା ସମୟରେ ବାହାର ଶବ୍ଦ ମଧ୍ୟ କମ ଶୁଭିଥାଏ । ଏହି ରିଷ୍ଟ ବ୍ୟାଣ୍ଡ ମାର୍ଚ୍ଚ ମାସରେ ବଜାରକୁ ଆସିପାରେ ତେବେ ଭାରତ ବଜାରକୁ କେବେ ଏହି ରିଷ୍ଟ ବ୍ୟାଣ୍ଡ ଆସିବ ତାହା ଏଯାଏଁ ସ୍ୱଷ୍ଟ ହୋଇନାହିଁ ।