ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଗର୍ଭବତୀ କରି ବଂଗୀୟ ଯୁବକ ଫେରାର ! ଥାନାରେ ଅଭିଯୋଗ ପରେ ବି ପୋଲିସ ନେଉନି କାର୍ଯ୍ୟାନୁଷ୍ଠାନ

52

କନକ ବ୍ୟୁରୋ : ରାଜ୍ୟରେ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟଣା ଥମିବାର ନା ଧରୁ ନ ଥିବା ବେଳେ ପୁଣି ଜଣେ ଆଦିବାସୀ ନାବାଳିକା ଏହାର ଶିକାର ହୋଇ ଗର୍ଭବତୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ମାଲକାନଗିରି ଜିଲ୍ଲା ପୋତାଖାଲ ଗାଁର ଜଣେ ବାପ ମାଁ ଛେଉଣ୍ଡ ନାବାଳିକା ନିଜ ୩ ଭାଇକୁ ନେଇ ଘର ସଂସାର କରୁଥିବା ବେଳେ ଦୁର୍ବୃତ୍ତଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତିପାରି ନ ଥିଲେ ପୀଡିତା । ବାରମ୍ବାର ପୋଲିସ ପାଖରେ ଅଭିଯୋଗ କରିଥିଲେ କିଛି ସୁଫଳ ପାଇ ନ ଥିଲେ ପିଡିତା । ଏବେ ପରିବାରର ବୋଝ ସାଙ୍ଗକୁ ୪ ମାସର ଗର୍ଭକୁ ନେଇ ନାନା ଅସୁବିଧାରେ ଦିନ ବିତାଉଛି ୧୬ ବର୍ଷୀୟା ଆଦିବାସୀ ଝିଅ ।

sexual harassment against professorନାବାଳିକାଙ୍କ ବୟସ ମାତ୍ର ୧୬ । କଅଁଳ ବୟସରେ କାନ୍ଧରେ ୩ କୁନି କୁନି ଭାଇର ବୋଝ । କାରଣ ୩ ବର୍ଷ ପୁର୍ବେ ବାପା ଆରପାରିକୁ ଚାଲି ଯାଇଥିବା ବେଳେ ଗତ କିଛି ମାସ ତଳେ ମା ବି ହାତ ଛାଡି ଚାଲିଯାଇଛି । ଏବେ ଲୋକଙ୍କ ବିଲରେ ମୁଲ ଲାଗି ୩ ଭାଇର ଭରଣ ପୋଷଣ କରୁଛନ୍ତି ନାବାଳିକା । ପୋତାଖାଲ ଗାଁ ମୁଣ୍ଡ ଜଙ୍ଗଲ ଭିତରେ ଏହି ନିଛାଟିଆ ଭଙ୍ଗା କୁଡିଆ ଘରେ ଅତି ଦୁଖ କଷ୍ଟରେ ଦିନ କାଟୁଛନ୍ତି ଚାରି କୁଟୁମ୍ବ ପ୍ରାଣି । ଯେଉଁ ଦିନ ଦୁଇ ପଇସା ରୋଜଗାର ହୁଏ, ସେ ଦିନ ଦୁଇ ମୁଠାଏ ଖାଆନ୍ତି । ପୁଣି ଅନ୍ୟ ଦିନ ଭୋକ ଉପାସରେ ଦିନ ବିତାନ୍ତି ଏହି କୁନି କୁନି ପିଲା ।

ପରିବାରର ବୋଝ ଠାରୁ ବଳି ଯାଇଛି ୪ ମାସ ର ଗର୍ଭବୋଝ । ସମାଜରେ ବାପ-ମା ଛେଉଣ୍ଡ ନାବାଳିକାଙ୍କ ଅସହାୟତାର ସୁଯୋଗ ନେଇ ପାଖ ଗାଁର ଜଣେ ଯୁବକ ଏହି ଆଦିବାସୀ ନାବାଳିକାଙ୍କୁ ଗତ ୩ ବର୍ଷ ଧରି ଦୁଷ୍କର୍ମ କରିଚାଲିଥିଲେ । ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିବା ପରେ ଚମ୍ପଟ ମାରିଥିଲା ଏହି ଯୁବକ । ଗର୍ଭଧାରଣ ପରେ ଗତ ଦୁଇ ମାସ ତଳେ ପୀଡିତା ଜଣକ ଘଟଣା ସମ୍ପର୍କରେ ନିଜ ସମ୍ପର୍କୀୟ ମାନଙ୍କୁ ଜଣାଇ ଥିଲେ । ଗାଁ ରେ ବୈଠକ ହେଲା, ମାମଲା ଥାନାକୁ ମଧ୍ୟ ଗଲା । ତେବେ ପୀଡିତାଙ୍କ ଗୁହାରି କେହି ଶୁଣିଲେ ନାହିଁ । ବିବାହ କରିବି ବୋଲି କହି ଦିନ ପରେ ଦିନ ଗଡାଇ ଚାଲିଛନ୍ତି ଅଭିଯୁକ୍ତ ଯୁବକ । ଗ୍ରାମବାସୀଙ୍କୁ ଏବଂ ସମ୍ପର୍କୀୟଙ୍କୁ ମୋଟା ଅଙ୍କ ଦେଇ ସମଗ୍ର ଘଟଣାକୁ ଫାଙ୍କି ଦେବା ଲାଗି ଉଦ୍ୟମ ହୋଉ ଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।