ସାମ୍ନାକୁ ଆସିଲା ସେଲଟର ହୋମର ସତ ! ଆସୁଥିଲେ ବିଦେଶୀ, କରୁଥିଲେ ଯୌନ ଶୋଷଣ, ବେଆଇନ ସେବାଶ୍ରମରେ ପଡିବ ତାଲା ।

414

କନକ ବ୍ୟୁରୋ : ସେଲଟର ହୋମରେ ଯୌନ କେଳେଙ୍କାରୀ । ଖୋଦ୍ ଅନୁଷ୍ଠାନର ମୁଖ୍ୟ ଝିଅ ମାନଙ୍କୁ ଜବରଦସ୍ତ କିସ୍ ଓ ହଗ୍ କରୁଥିଲେ । କନକ ନ୍ୟୁଜରେ ଏନେଇ ଅନୁସନ୍ଧାନମୂଳକ ଖବର ପ୍ରସାରଣ ପରେ ସରକାର ଲଗାମ ଲଗାଇଛନ୍ତି । ଢେଙ୍କାନାଳର ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମକୁ ବନ୍ଦ କରାଯାଇଛି । ଏଥିସହ ରାଜ୍ୟର ସମସ୍ତ ବେଆଇନ୍ ସେଲଟର ହୋମକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ସରକାର ।

କନକ ନ୍ୟୁଜର ମହାପ୍ରଭାବ । ବନ୍ଦ ହେବ ବେଆଇନ ସେବାଶ୍ରମ । ପଦାକୁ ଆସିଲା ଢେଙ୍କାନାଳରେ ଗୁଡ ନ୍ୟୁଜ ଇଣ୍ଡିଆ ସେଲଟର ହୋମରେ ଚାଲିଥିବା କେଳେଙ୍କାରୀ । କିପରି ବଢିଲା ଝିଅଙ୍କୁ ଜବରଦସ୍ତ କିସ୍ ଓ ହଗ୍ କରୁଥିଲେ ଅନୁଷ୍ଠାନର ମୁଖ୍ୟ ଫୟାଜ ରହେମାନ ଏ ନେଇ କରିଥିଲେ ଅନ୍ତେବାସୀ । କନକ ନ୍ୟୁଜର ଅନୁସନ୍ଧାନମୂଳକ ରିପୋର୍ଟ ପ୍ରସାରଣ ପରେ ସରକାରଙ୍କ ଚେତା ପଶିଛି । ବେଆଇନ ଭାବେ ଏହି ସେଲଟର ହୋମ୍ ଚାଲିଥିବା କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ଯୌନ ନିର୍ଯାତନାର ସାଂଘାତିକ କାହାଣୀ ସାମନାକୁ ଆସିବା ପରେ ଏହି ସଂସ୍ଥାକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି ସରକାର । ଏହା ସହ ରାଜ୍ୟର ସମସ୍ତ ବେଆଇନ ସେଲଟର ହୋମକୁ ବନ୍ଦ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ତେବାସୀଙ୍କ ଡାଡି ଭାବେ ପରିଚିତ ଥିଲେ ସେଲଟର ହୋମ୍ ମୁଖ୍ୟ ଫୟାଜ ରହେମାନ । ହେଲେ ତାହାରି ଆଢ଼ୁଆଳରେ ଚାଲିଥିଲା ଭୟଙ୍କର ବ୍ୟଭିଚାର । ଢେଙ୍କାନାଳ ସେଲଟର ହୋମ୍ ବାବଦରେ ଏପରି ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି, ଯାହା ଆପଣଙ୍କୁ ବ୍ୟଥିତ କରିଦେବ । କିଭଳି  କିଶୋରୀ ଓ ଯୁବତୀ ମାନଙ୍କୁ  ଅସଦାଚରଣ କରାଯାଉଥିଲା କ୍ୟାମେରା ସାମନାରେ ତାର ଗୁମର ଖୋଲିଛନ୍ତି ଅନ୍ତେବାସୀ । ଅଭିଯୋଗର ଛାନଭିନ ପାଇଁ ଢେଙ୍କାନାଳ ଉପଜିଲ୍ଲାପାଳ ଓ ଶିଶୁ ସୁରକ୍ଷା ଅଧିକାରୀ  ସେଲଟର ହୋମରେ ପହଁଚି ଅନ୍ତେବାସୀଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ଟାଉନ ଥାନା ମହିଳା ପୁଲିସ ମଧ୍ୟ ସେଲଟର ହୋମରେ ପହଚିଁ ଅନ୍ତେବାସୀଙ୍କ ବୟାନ ରେକର୍ଡ କରିଛି ।

ସେପଟେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସେଲଟର ହୋମର ଶାଖା ପରିଚାଳକ ସୀମାଂଚଳ ନାୟକଙ୍କୁ ଗିରଫ କରାଯାଇଛି । ସେଲଟର ହୋମର ଚେୟାରମ୍ୟାନ ଫୟାଜ୍ ରହେମାନଙ୍କୁ  ମଧ୍ୟ ଉଠାଇ ନେଇଛି ପୋଲିସ । ତେବେ ସବୁ ଅଭିଯୋଗ ମିଛ ବୋଲି କନକ ନ୍ୟୁଜକୁ କହିଛନ୍ତି ଅଭିଯୁକ୍ତ ଫୟାଜ ରହେମାନ । ଗୁଡ ନ୍ୟୁଜ ଇଣ୍ଡିଆ ସେଲଟର ହୋମରେ ଚାଲିଥିବା କେଳେଙ୍କାରୀର ଫର୍ଦ୍ଦ ଯେତିକି ଖୋଲିବାରେ ଲାଗିଛି, ସେତିକି ସାଂଘାତିକ ତଥ୍ୟ ସାମନାକୁ ଆସୁଛି । ତଦନ୍ତ ଯେତିକି ଆଗକୁ ଯିବ, ସେତିକି ଚାଂଚଲ୍ୟକର ଗୁମରର ପର୍ଦ୍ଦାଫାସ ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକ ।