ପ୍ରେମିକାରୁ ପୀଡିତା : ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ପ୍ରତାରଣା ଓ ହତ୍ୟା ଧମକ ଅଭିଯୋଗ

44

ଜଗତସିଂହପୁର : ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଅଭିଯୋଗ । ଆଉ ଦୀର୍ଘ ୪ ବର୍ଷ ପରେ ବି ବିବାହ ନକରିବାରୁ ଶାରୀରିକ ସଂପର୍କ ପାଇଁ ବିରୋଧ କରିବାରୁ ପ୍ରେମିକାକୁ ହତ୍ୟା ଧମକ ମଧ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଛବିସୁଆ ଗାଁରେ ।

ସୂଚନା ଅନୁସାରେ, ଅଭିଯୁକ୍ତ ବରଦା ସେଠୀ ବିବାହର ପ୍ରଲୋଭନ ଦେଖାଇ ପୀଡିତାଙ୍କ ସହ ଶାରୀରିକ ସଂପର୍କ ରଖି ଆସୁଥିଲା । ତେବେ ଦୀର୍ଘ ୪ ବର୍ଷ ପରେ ବି ବିବାହ ନକରିବାରୁ ଶାରୀରିକ ସମ୍ପର୍କ ପାଇଁ ଅମଙ୍ଗ ହୋଇଥିଲେ ଯୁବତୀ ଜଣକ । ଆଉ ପ୍ରତିବାଦ କରିବାରୁ ମାଡ ମାରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ ବରଦା । କେବଳ ସେତିକି ନୁହେଁ ଅସାମାଜିକ ଯୁବକଙ୍କୁ ସାଙ୍ଗରେ ଆଣି ତାଙ୍କ ଘରେ ଅତ୍ୟାଚାର କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ପୀଡିତା ଯୁବତୀ ।

ତେବେ ଅତ୍ୟାଚାର ସୀମା ଅତିକ୍ରମ କରିବାରୁ ନ୍ୟାୟ ପାଇବା ଆଶାରେ ଗତ ମାସ ୨ ତାରିଖରେ ତିର୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡିତା ଯୁବତୀ । ହେଲେ ଅଭିଯୋଗ ପାଇବାର ଦୀର୍ଘ ଦେଢ ମାସ ପରେ ବି ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଅଭିଯୋଗ କରିଛନ୍ତି ପୀଡିତାଙ୍କ ପରିବାର ।

ସେପଟେ ଘଟଣା ସଂପର୍କରେ କିଛି ବି କହିବାକୁ ମନା କରି ଦେଇଥଲେ ତିର୍ତୋଲ ଥାନା ଆଇଆଇସି । ତେବେ ଖୁବ୍ ଶିଘ୍ର ପଦକ୍ଷପ ଗ୍ରହଣ କରାଯିବ ବୋଲି କହିଛନ୍ତି ଜଗତସଂହପୁର ଏଚ.ଆର.ପି.ସି ।