‘ଡାନ୍ସ ଇଣ୍ଡିଆ ଡାନ୍ସ’ ଫେମ୍ ସଲମାନ ୟୁସୁଫ ଖାନଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ଅଭିଯୋଗ, ଧାରା ୩୫୪ରେ ମାମଲା ରୁଜୁ

210

ବଲିଉଡର ଜଣେ କୋରିଓଗ୍ରାଫର ‘ଡାନ୍ସ ଇଣ୍ଡିଆ ଡାନ୍ସ’ ଶୋ’ର ଡାନ୍ସର ସଲମାନ ୟୁସୁଫ୍ ଖାନଙ୍କ ଉପରେ ଯୌନ ଉତ୍ପୀଡନ ମାମଲା ରୁଜୁ କରିଛନ୍ତି । ମୁମ୍ବାଇର ଓଶିୱାରା ପୁଲିସ ଷ୍ଟେସନରେ ରୁଜୁ କରାଯାଇଥିବା ମାମଲା ଅନୁସାରେ, ଓଶିୱାରାର ଏକ କଫି ହାଉସରେ ସଲମାନ କୋରିଓଗ୍ରାଫରଙ୍କ ସହିତ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ । ଏହି ଅଭିଯୋଗ ପରେ ପୁଲିସର ଧାରା ୩୫୪ ଅଧିନରେ ମାମଲା ରୁଜୁ କରି ଆରୋପୀ ଡାନ୍ସରଙ୍କୁ ଖୋଜୁଛି ପୁଲିସ ।

ଏହାପୂର୍ବରୁ ମଧ୍ୟ ବଲିଉଡର ଅନେକ ଅଭିନେତାଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ ଆସିଛି । ନିକଟରେ ଜଣେ ମହିଳା ଟି-ସିରିଜ କମ୍ପାନୀର ମାଲିକ ଓ ଫିଲ୍ମ ନିର୍ଦ୍ଦେଶକ ଭୂଷଣ କୁମାର ଏବଂ ତାଙ୍କ ଦାଦା କୃଷ୍ଣ କୁମାରଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ମାମଲା ରୁଜୁ କରିଥିଲେ । କିନ୍ତୁ କିଛି ଘଣ୍ଟା ପରେ ମହିଳା ଅଭିଯୋଗ ଫେରାଇ ନେଇ କ୍ଷମା ମାଗିଥିଲେ ।