ପ୍ରଥମଥର ପାଇଁ ପୁରୁଷ ବଦଳରେ ମହିଳାଙ୍କ ଉପରେ ଲାଗିଲା ମି’ଠୁ ଅଭିଯୋଗ ! ଅଭିନେତା ଅଧ୍ୟୟନ ସୁମନ ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଉପରେ ଲଗାଇଲେ ମି’ଠୁ ଅଭିଯୋଗ

46

ବଲିଉଡରେ ଏବେ ମି ଠୁ ହଟ ଟପିକ ଭାବରେ ଆଲୋଚନାରେ ଅଛି । ଏବେ ସମସ୍ତେ ଏହି ଟପିକ ଉପରେ ଆଲୋଚନା କରୁଛନ୍ତି । ଯେଉଁମାନେ ଦର୍ଶକଙ୍କ ହୃଦୟରେ ଏକ ସୁନ୍ଦର ସ୍ଥାନ ତିଆରି କରି ପାରିଥିଲେ ସେମାନଙ୍କ ସମ୍ମାନ ଆଜି ବଜାରରେ ବିକ୍ରି ହେବାଭଳି ମନେ ହେଉଛି । କାରଣ ସେମାନଙ୍କ କଳା କାରନାମାର କାହାଣୀ ଶୁଣିବାକୁ ମିଳୁଛି ସୋସିଆଲ ମିଡିଆରେ । ତେବେ ଏହା କେତେଦୂର ସତ୍ୟ ତାହା ଯାଂଚ ପରେ ଜଣାପଡ଼ିବ  ।

ନିକଟରେ ଆକ୍ଟର ଶେଖର ସୁମନଙ୍କ ପୁଅ ଅଧ୍ୟୟନ ସୁମନ ଟ୍ୱିଟରରେ ଏକ ପୋଷ୍ଟ ଜାରି କରିଛନ୍ତି ଏବଂ ନିଜର ଦୁଃଖ ବ୍ୟକ୍ତ କରିଛନ୍ତି । ସେ କଙ୍ଗନାଙ୍କୁ ନେଇ ଗୋଟିଏ ଗୋଟିଏ କରି ସମସ୍ତ କଥା ଶୁଣାଇଛନ୍ତି । ତାଙ୍କର ଈଶାରା ରହିଛି କଙ୍ଗନାଙ୍କ ଉପରେ । କଙ୍ଗନା ମି ଠୁ କୁ ସପୋର୍ଟ କରି ବିକାଶ ବହଲଙ୍କ ଉପରେ ଆରୋପ ଲଗାଇଥିଲେ, କିନ୍ତୁ ଏବେ ତାଙ୍କ ଉପରେ ଆରୋପ ଲାଗିଥିବା ଦେଖିବାକୁ ମିଳିଛି