ସେବାଶ୍ରମରେ ଶୋଷଣ ! ଖୋଲିଲା ସେଲଟର ହୋମ୍ ଅଧ୍ୟକ୍ଷ ଫୟାଜ ରହେମାନଙ୍କ ପାପର ପେଡି

184

କନକ ବ୍ୟୁରୋ: ସେଲଟର ହୋମ ନାଁରେ ଶାରୀରିକ ଶୋଷଣ ଘଟଣାର ୫ ଜଣିଆ ଟିମ ତଦନ୍ତ କରୁଛନ୍ତି । ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ ମଙ୍ଗ ଳ କମିଟି ସଦସ୍ୟ ଏହି ଟିମରେ ଅଛନ୍ତି । ଢେଙ୍କାନାଳ ବେଲଟିକିିରିି ଠାରେ ଥିବା ଗୁଡ ନ୍ୟୁଜ ଇଣ୍ଡିଆ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭିତରେ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ହୋଇଛି । ଘଟଣା ପଦାକୁ ଆସିବା ପରେ ଏହି ଅଭିଯୋଗ କରିଥିବା ଦୁଇ ପିଲାଙ୍କୁ ଜୋରଜବରଦସ୍ତ ତାଙ୍କ ଘରକୁ ପଠାଇ ଦିଆଯାଇଥବାର ସୂଚନା ମିଳିଛି । ଗୁଡ ନ୍ୟୁଜ ଇଣ୍ଡିଆ ସଂସ୍ଥାର ମୁଖ୍ୟ ଫୟାଜ ରେହେମାନ ଝିଅଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ସହ ତାଙ୍କୁ ଚୁମ୍ବନ ଦେଉଥିବାର ଅଭିଯୋଗ ହୋଇଥିଲା ।

ଫୟାଜ ରେହେମାନ ସେଲଟର ହୋମର ପୁଅଙ୍କୁ ଏଭଳି ସ୍ନେହ କରିବାକୁ ଚାହୁଁ ନଥିବା ବେଳେ କେବଳ ଝିଅଙ୍କୁ ସ୍ନେହ କରିବା ବାହାନାରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସେପଟେ ଫୁଲନଖରା ସ୍ଥିତ ସେଲଟର ହୋମ ଆଗରେ ପୋଡାଜଳା ହୋଇଛି । ଗୁଡନ୍ୟୁଜ ଇଣ୍ଡିଆର ସେଲଟର ହୋମ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏହି ପୋଡାଜଳା ହୋଇଛି । ଏହି ଘଟଣାର ସ୍ଥାନିୟ ଲୋକେ ପ୍ରବଳ ପ୍ରତିବାଦ କରିଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଗୁଡନ୍ୟୁଜ ଇଣ୍ଡିଆର ଏହି ସଂସ୍ଥାର ନିର୍ଦ୍ଦେଶକମାନଙ୍କୁ ଏହାର କର୍ତୃପକ୍ଷ ଏକ ଇ-ମେଲ ଦେଇଥିଲେ । ଏହି ଇ-ମେଲ କନକ ନ୍ୟୁଜର ହସ୍ତଗତ ହୋଇଛି । ଯଦି ସଂସ୍ଥାକୁ କୌଣସି ଯାଂଚକାରୀ ଦଳ ଆସନ୍ତି ତେବେ ଛାତ୍ରଛାତ୍ରୀମାନେ ସେମାନଙ୍କୁ କଣ କହିବେ ସେନେଇ ଉଲ୍ଲେଖ କରାଯାଇଛି । ଏଥିରେ କୁହାଯାଇଛି ଯଦି ପ୍ୟାଷ୍ଟର ଅର୍ଥାତ ଅଧ୍ୟକ୍ଷ ଫୟାଜ ରେହେମାନ ଛାତ୍ରୀଙ୍କୁ କୁଣ୍ଢାଇବା ଓ ଚୁମ୍ବନ ଦେବା ଭଳି କଥା ଯାଂଚକାରୀ ପଚାରନ୍ତି ।

ତେବେ ଛାତ୍ରଛାତ୍ରୀମାନେ ସ୍ପଷ୍ଟ ଭାବରେ ଏହାକୁ ମନାକରିଦେବେ । ଗୁଡନ୍ୟୁଜ ଇଣ୍ଡିଆର ରାଜ୍ୟରେ ରହିଥିବା ବିଭିନ୍ନ ସେଲଟର ହୋମରେ ଏହି ସମାନ ଅଭିଯୋଗ ଆସିଥିବା ଏହି ମେଲରୁ ଅନୁମାନ କରାଯାଉଛି । ବାଲେଶ୍ୱର ଏବଂ କନ୍ଧମାଳ ସ୍ଥିତ ଏହି ସଂସ୍ଥାର ସେଲଟର ହୋମରେ ମଧ୍ୟ ସମାନ ଅଭିଯୋଗ ଆସିଥିବା ଏହି ମେଲରୁ ଜଣାପଡୁଛି । ଏଥିସହ ସବୁ ରେଜିଷ୍ଟର ଓ ରେକର୍ଡକୁ ସଠିକ ଭାବେ ରଖିବା ଓ ସେଲଟର ହୋମରେ ସବୁକିଛି ଭଲ ଚାଲିଛି ବୋଲି ଛାତ୍ରଛାତ୍ରୀଙ୍କୁ କହିବାକୁ ଏହି ମେଲରେ ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦିଆଯାଇଛିା