ଏନଆଇଟି ସୁରକ୍ଷା ଅଧିକାରୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ମାମଲା : ଆଜି ପ୍ରାଥମିକ ରିପୋର୍ଟ ଦେବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ

26

ରାଉରକେଲା : ରାଉରକେଲା ଏନଆଇଟି ସୁରକ୍ଷା ଅଧିକାରୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଘଟଣାର ଆଜି ପ୍ରାଥମିକ ରିପୋର୍ଟ ଦେବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ଗତକାଲି ଫ୍ୟାକ୍ଟ ଫାଇଣ୍ଡିଂ ଟିମଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା । ୬ ଜଣିଆ ଛାତ୍ର ପ୍ରତିନିଧି ଦଳ ଆଲୋଚନା କରିଥିଲା ଟିମ । ଏହା ସହ ଯେ ପର୍ଯ୍ୟନ୍ତ ତଦନ୍ତ ଶେଷ ନହୋଇଛି ସେ ଯାଏଁ ସୁରକ୍ଷା ଅଧିକାରୀଙ୍କ କ୍ୟାମ୍ପସ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ଏନଆଇଟି କତୃପକ୍ଷ ।

ଅନୁଷ୍ଠାନର ସୁରକ୍ଷା ଅଧିକାରୀ ବଳବନ୍ତ ଚମ୍ପତ୍ତିରାୟ ବିଭିନ୍ନ କେଳେଙ୍କାରୀରେ ଲିପ୍ତ ଥିବା ସହ ମହିଳା ସୁରକ୍ଷା କର୍ମୀଙ୍କୁ ବ୍ଲାକମେଲିଂ ମାଧ୍ୟମରେ ଯୌନଶୋଷଣ କରୁଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । ଏଥିସମେତ ଛାତ୍ରଛାତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ ଓ ଦୁର୍ବବ୍ୟହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରି ଛାତ୍ରଛାତ୍ରୀ ବିଭିନ୍ନ ନାରାବାଜି ଦେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି ଜୋର ଧରିଛି । ସେପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ଅଭିଯୋଗଟି ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ସୁରକ୍ଷା ଅଧିକାରୀ । ଆବଶ୍ୟକୀୟ ତଦନ୍ତର ସମ୍ମୁଖୀନ ହେବା ପାଇଁ ସେ ପ୍ରସ୍ତୁତ ବୋଲି କହିଛନ୍ତି ।