ଏସସିବିରେ ଡାକ୍ତରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ! ମଙ୍ଗଳାବାଗ ଥାନାରେ ବିଭାଗୀୟ ଅଧିକାରୀଙ୍କ ନାମରେ ମାମଲା ରୁଜୁ

49

କନକ ବ୍ୟୁରୋ : କଟକ ବଡ ମେଡିକାଲ୍ରୁ ଆସିଛି ସଂଗୀନ ଅଭିଯୋଗ । ଜଣେ ଡାକ୍ତରୀ ଛାତ୍ରୀ ସିନିଅର୍ ଡାକ୍ତରଙ୍କ ବିରୋଧରେ ଆଣିଛନ୍ତି ଯୌନ ନିର୍ଯ୍ୟାତନା ଅଭିଯୋଗ । ଡେଂଟାଲ ବିଭାଗର ଜଣେ ଛାତ୍ରୀ ଆସୋସିଏଟ୍ ପ୍ରଫେସର ଏବଂ ସିନିଅର୍ ରେସିଡେଂଟ୍ ଡକ୍ଟରଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ଏପରିକି ବିଭାଗୀୟ ମୁଖ୍ୟଙ୍କ ନାଁରେ ମଧ୍ୟ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ସଂପୃକ୍ତ ଛାତ୍ରୀ ।

ଏନେଇ ମଙ୍ଗଳାବାଗ ଥାନାରେ ଛାତ୍ରୀ ଜଣକ ଏତଲା ଦେଇଛନ୍ତି । ପୋଲିସ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି । ଧାରା ୩୫୪, ୩୫୪-ଏ, ୨୯୪ ଏବଂ ୫୦୬-ଏ ରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାକୁ ଗୁରୁତର ସହ ନେବା ସହିତ ଆବଶ୍ୟକ ପଡିଲେ ଛାତ୍ରୀଙ୍କ ବୟାନ ରେକର୍ଡ କରାଯିବ ବୋଲି କହିଛି । ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଭାଗୀୟ ମୁଖ୍ୟ । ଛାତ୍ରୀଙ୍କ ଅଭିଯୋଗ ଅସତ୍ୟ ଓ ଭିତିହୀନ ବୋଲି ବିଭାଗୀୟ ମୁଖ୍ୟ କହିଛନ୍ତି ।