ରାଜଧାନୀରେ ପ୍ରେମୀ ଯୁଗଳଙ୍କ ଅଶ୍ଲୀଳ ଭିଡିଓ ହେଲା ଭାଇରାଲ ! ପୁଲିସ କହିଲା କେଉଁଠି ହୋଇଛି ଭିଡିଓ ସୁଟ ଏବେ ବି ଅସ୍ପଷ୍ଟ

52

କନକ ବ୍ୟୁରୋ : ରାଜଧାନୀରେ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା । ୩ ଯୁବକ ପ୍ରେମୀଯୁଗଳଙ୍କୁ ଖରାପ ବ୍ୟବହାର କରିବା ସହ ଭିଡିକୁ ଭାଇରାଲ କରିଥିବା ଅଭିଯୋଗ ହୋଇଛି । ଖବର ଅନୁସାରେ, ଗତକାଲି ରାତି ପ୍ରାୟ ୭ଟ୩୦ରେ ପ୍ରେମୀଯୁଗଳ ରାସ୍ତାକଡରେ ଛିଡା ହୋଇ କଥାବାର୍ତା ହେଉଥିଲେ । ଏ ହି ସମୟରେ ୩ ଯୁବକ , ଯୁବତୀଙ୍କୁ ଟଣାଓଟରା କରି ଭିଡିଓକୁ ଭାଇରାଲ କରିଥିଲେ । ତେବେ ଏ ନେଇ ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇନାହିଁ । ଭିଡିଓ କେଉଁ ଅଂଚଳର ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଭିଡିଓ ବାଲେଶ୍ୱରର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।