ପୋଲିସ ହାତରେ ନବରଂଗପୁର ସେକ୍ସ ଭିଡିଓ ଅଭିଯୁକ୍ତ : ପ୍ରଣବ ଚକ୍ରବର୍ତିକୁ ଗିରଫ କଲା ରାଇଘର ପୋଲିସ

447

vlcsnap-2016-09-02-16h30m20s883ନବରଂଗପୁର : ପୋଲିସ ହାତରେ ନବରଂଗପୁର ସେକ୍ସ ଭିଡିଓ ଅଭିଯୁକ୍ତ। ଅଭିଯୁକ୍ତ ପ୍ରଣବ ଚକ୍ରବର୍ତିକୁ ଗିରଫ କରିଛି ରାଇଘର ପୋଲିସ। ଜଣେ ଦଶମ ଶ୍ରେଣୀ ଛାତ୍ରୀକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିଲା ଅଭିଯୁକ୍ତ। ଆଉ ଏହି ଅନ୍ତରଂଗ ମୂହୁର୍ତର ଭିଡିଓ ଚିତ୍ର ଉତୋଳନ କରିଥିଲା। ପରେ ଏହି ଭିଜୁଆଲ ମୋବାଇଲରୁ ମୋବାଇଲକୁ ଘୂରି ବୁଲିଥିଲା।

vlcsnap-2016-09-02-16h29m39s898ଖବର ପ୍ରଚାରିତ ପରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ଦେଖିଥିଲେ ନାବାଳିକାର ମାମୁଁ। ଏହା ପରେ ରାଇଘର ଥାନାରେ ମାମଲା ଦାଏର ହୋଇଥିଲା। ଆଉ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଖବର କନକ ନ୍ୟୁଜରେ ବାରମ୍ବାର ପ୍ରସାରିତ ହେବା ପରେ ପୋଲିସ ତଦନ୍ତ ତ୍ୱରାନ୍ୱିତ କରିଥିଲା। ତେବେ ଖବର ପାଇ ସଂପୃକ୍ତ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ଅଭିଯୁକ୍ତକୁ ଆଜି ରାଇଘର ପୋଲିସ ଗିରଫ କରିଛି।

ଦେଖନ୍ତୁ ଏହି ଭିଡିଓ –