ଯେବେ ରାଜନୀତିରେ ଲାଗେ ସେକ୍ସର ନିଆଁ ! ଦେଖନ୍ତୁ କିଛି ବିବାଦୀୟ କାହାଣୀ

278

ଭୁବନେଶ୍ୱର ମେୟର ଅନନ୍ତନାରାୟଣ ଜେନାଙ୍କ ନାଁରେ ଯୌନ କେଳେଙ୍କାରୀ ଅଭିଯୋଗ ପରେ ଜୋର୍ ଧରିଛି ରାଜ୍ୟ ରାଜନୀତି । ଯାହାକୁ ନେଇ ବିଭିନ୍ନ ମହଲରୁ ମେୟରଙ୍କ ଇସ୍ତଫା ଦାବି ହୋଇଛି । ତେବେ ସେକ୍ସ ସ୍କାଣ୍ଡଲ ସହ କୌଣସି ରାଜନୈତିକ ବ୍ୟକ୍ତିଙ୍କ ସଂପୃକ୍ତି ରାଜନୀତି ଇତିହାସରେ ନୂଆ ନୁହେଁ । କେବଳ ଓଡିଶା ନୁହେଁ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଏଭଳି ଘଟଣା ମାନ ସାମ୍ନାକୁ ଆସିଛି । ଏବେ ନଜର ପକାନ୍ତୁ ସେକ୍ସ ପଙ୍କରେ ଛନ୍ଦି ହୋଇ ପଡିଥିବା କିଛି ରାଜନୈତିକ ଘଟଣାକ୍ରମ ଉପରେ ।

ନିକଟରେ କର୍ଣ୍ଣାଟକର ଅବକାରୀ ମନ୍ତ୍ରୀ ଏଚ.ୱାଇ ମେଟୀଙ୍କ ଏକ ଅଶ୍ଳୀଳ ଭିଡିଓ କ୍ଲିପ୍ ଭାଇରାଲ୍ ହୋଇଥିଲା । ଯେଉଁଥିରେ ମନ୍ତ୍ରୀଙ୍କୁ ଜଣେ ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତରେ ଦେଖିବାକୁ ମିଳିଥିଲା । ତେବେ ଘଟଣା ସାମ୍ନାକୁ ଆସିବା ପରେ ମେଟୀ ନିଜ ପଦରୁ ଇସ୍ତାଫା ଦେଇଛନ୍ତି ।

01Fir02.qxpସେହିପରି ସେକ୍ସ ସ୍କାଣ୍ଡଲରେ ଜଡିତ ଥିବା ଆଉ ଜଣେ ଚର୍ଚ୍ଚିତ ନେତା ହେଲେ ଆପର ସନ୍ଦୀପ୍ କୁମାର । ଜଣେ ଯୁବତୀଙ୍କ ସହ ଅସଂଜତ ଅବସ୍ଥାରେ ଦେଖିବାକୁ ମିଳିଥିଲା ଏହି ବିବାଦୀୟ ନେତାଙ୍କୁ । ଯାହାକୁ ନେଇ ନା କେବଳ ସନ୍ଦୀପ ବରଂ କେଜ୍ରିୱାଲଙ୍କୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡିଥିଲା ।

ଚଳିତ ବର୍ଷ ନଭେମ୍ବର ମାସରେ କର୍ଣ୍ଣଟକର ଶିକ୍ଷା ମନ୍ତ୍ରୀ ତନବୀର୍ ସେଟ୍ ଏକ ସରକାରୀ ମିଟିଂରେ ଅଶ୍ଳୀଳ ଭିଡିଓ ଦେଖୁଥିବା ସମୟରେ ଧରାପଡିଥିଲେ । ହେଲେ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ ତନବୀର୍ ।

ଡିସେମ୍ବର ୨୦୧୫ର ଏକ ଘଟଣା ଓଡିଶା ରାଜନୀତିରେ ବହୁ ଚର୍ଚ୍ଚିତ ହୋଇଥିଲା । ବିଧାନସଭା ଗୃହ ଭିତରେ ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖିବା ଅଭିଯୋଗରେ ବାଚସ୍ପତି ନିରଞ୍ଜନ ପୂଜାରୀ କଂଗ୍ରେସ୍ ବିଧାୟକ ନିବ କିଶୋର ଦାସଙ୍କୁ ୭ ଦିନ ପାଇଁ ନିଲମ୍ବନ କରିଥିଲେ ।

ନିଜ ଘରେ କାମ କରୁଥିବା ଜଣେ ନାବାଳକକୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ମଧ୍ୟପ୍ରଦେଶର ଅର୍ଥ ମନ୍ତ୍ରୀ ରାଘବଜୀ ସାବଲାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଏହାର ଭିଡିଓ ସିଡି ମଧ୍ୟ ସାମ୍ନାକୁ ଆସିବା ପରେ ସମାଲୋଚନାର ଶିକାର ହୋଇଥିଲେ ରାଘବଜୀ । ସରକାରୀ ଚାକିରି କରାଇଦେବାର ଲୋଭ ଦେଖାଇ ମନ୍ତ୍ରୀ ରାଘବଜୀ ଏପରି କରୁଥିବାର ଅଭିଯୋଗ ହୋଇଥିଲା ।

ସେହିପରି ୨୦୧୨ରେ ରାଜ୍ୟସଭା ଏମପି ତଥା କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ନିଜ ଚ୍ୟାମ୍ବରରେ ଜଣେ ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତରେ ଥିବା ସମୟର ଏକ ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଥିଲା । ଅଭିଷେକଙ୍କ ଡ୍ରାଇଭର୍ ମୁକେଶ ଲାଲ୍ ଏହି ଭିଡିଓ ସୁଟିଂ କରି ତାଙ୍କୁ ବ୍ଲାକ୍ ମେଲ୍ କରୁଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଆଉ ଘଟଣା ସାମ୍ନାକୁ ଆସିବା ପରେ ଅଭିଷେକ ମନୁ ନିଜ ପଦରୁ ଇସ୍ତଫା ଦେଇଥିଲେ ।

kanda-geetika_650_082014120115ଆଉ ଏକ ସମ୍ବେଦନଶୀଳ ଘଟଣା ହେଉଛି ହରିୟାଣା ମନ୍ତ୍ରୀ ଗୋପାଳ କାନ୍ଦା ଓ ଏବଂ ଗୀତିକା ଶର୍ମାଙ୍କର । ଗୋପାଳଙ୍କ ଏୟାରଲାଇନ୍ସରେ କର୍ମଚାରୀ ଭାବେ କାମ କରୁଥିଲେ ଗୀତିକା । ତେବେ ଘଟଣାଟି ସଂପୂର୍ଣ୍ଣ ଭାରତୀୟ ରାଜନୀତିକୁ ଦୋହଲାଇ ଦେଇଥିଲା । କାରଣ ୨୦୧୨ରେ ଘଟିଥିବା ଏହି ଘଟଣାରେ ଗୀତିକା ଆତ୍ମହତ୍ୟା କରିଥିଲେ । ତେବେ ମୃତ୍ୟୁ ପୂର୍ବରୁ ସେ ଏକ ସୁଇସାଇଡ ନୋଟ ଛାଡି ଯାଇଥିଲେ । ଯେଉଁଥିରେ ସେ ସ୍ପଷ୍ଟ ଭାବେ ଲେଖିଥିଲେ ଯେ ଗୋପାଳ ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଏବଂ ଆତ୍ମହତ୍ୟା ପାଇଁ ଗୋପାଳ ଦାୟୀ ।

interesting-fac11390ରାଜସ୍ଥାନର ଜଳ ସଂପଦ ମନ୍ତ୍ରୀ ମହିପାଲ୍ ମାଡେର୍ନା ଓ ନର୍ସ ଭୱଁରୀ ଦେବୀଙ୍କ ସେକ୍ସ ସ୍କାଣ୍ଡାଲ୍ ବିଷୟରେ ସମସ୍ତେ ଜାଣନ୍ତି । କାରଣ ୨୦୧୧ର ଏହା ଥିଲା ସବୁଠାରୁ ଚର୍ଚ୍ଚିତ ଘଟଣା । ତେବେ ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଭୱଁରୀ ଦେବୀଙ୍କ ସ୍ୱାମୀ ତାଙ୍କ ନିଖୋଜ ହେବାର ମାମଲା ରୁଜୁ କରିବା ସହ ମହିପାଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏହା ପରେ ଧୀରେ ଧୀରେ ଖୋଲିଥିଲା ଗୁମର । ଉଭୟ ମଧ୍ୟରେ ଶାରୀରିକ ସଂପର୍କ ରଖିଥିବା ସମୟର କିଛି ଭିଡିଓ ସୁଟିଂ କରିଥିଲେ ଭୱଁରୀ ଦେବୀ । ଆଉ ଏହି ଭିଡିଓ ବଦଳରେ ସେ ମହିପାଲଙ୍କ ଠାରୁ ମୋଟା ଆକାରର ଟଙ୍କା ଡିମାଣ୍ଡ୍ କରୁଥିଲେ ।