ସହରରେ ବେଶ୍ୟାବୃତ୍ତି ! ଟୁଇନ୍ ସିଟିରେ ଏକାଧିକ ହୋଟେଲ ଓ ବିଉଟି ପାର୍ଲର ସିଲ୍

64

କନକ ବ୍ୟୁରୋ: ଟୁଇନ୍ ସିଟିରେ ଏକାଧିକ ହୋଟେଲ ଓ ବିଉଟି ପାର୍ଲର ସିଲ୍ । ଦେହ ବ୍ୟବସାୟ ଅଭିଯୋଗରେ ଭୁବନେଶ୍ୱର ଓ କଟକର ବିଭିନ୍ନ ବିଭିନ୍ନ ହୋଟେଲ ପ୍ୟାଲେସରେ ତାଲା ପକାଇଛି କମିସନରେଟ୍ ପୁଲିସ୍ । ୭ଟି ହୋଟେଲ, ବ୍ୟୁଟି ପାର୍ଲର ଓ ଘର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି କୋଠାଗୁଡିକ ବର୍ଷେ ପାଇଁ ବନ୍ଦ ରହିବ ବୋଲି କହିଛନ୍ତି ପୁଲିସ କମିସନର ୱାଇ.ବି ଖୁରାନିଆ ।

ତେବେ ଅଶୋକ ନଗର ପ୍ଲଟ ନମ୍ବର ୨୦ରେ ଥିବା ହୋଟେଲ ନିର୍ମଳ ପ୍ୟାର୍ଲେସ୍, ବାପୁଜୀ ଗନର ପ୍ଲଟ ନମ୍ବର ୧୨୮ରେ ଥିବା ହୋଟେଲ ଜନତ୍ ପ୍ୟାର୍ଲେସ, ମୈତ୍ରୀ ବିହାର ପ୍ଲଟ ନମ୍ବର ଏସ୍-୬୬ରେ ଥିବା ମୈତ୍ରୀ ଗେଷ୍ଟ ହାଉସ୍, ଲକ୍ଷ୍ମୀସାଗର ରଟକ ରେଡ୍ରେ ଥିବା ଖୁସବୁ ବ୍ୟୁଟି ପାର୍ଲର, ପୁରୁଣା ଷ୍ଟେସନ ବଜାରରେ ଥିବା ୱାନ୍ ଷ୍ଟାର୍ ବ୍ୟୁଟି ପାର୍ଲର, ଭି.ଏସ୍.ଏସ୍. ନଗର ବୃନ୍ଦାବନ ଏନକ୍ଲେଭ୍ ପ୍ଲଟ ନମ୍ବର ୫୦୧୬-ଏଫ୍ ର ଏକ ଘର, ଓ ମଙ୍ଗଳବାଗ ରାଣିହାଟଛକରେ ଥିବା ଏକ ଘର । ଏସବୁ ଘରକୁ କମିଶନରେଟ ପୁଲିସ ସିଲ୍ କରିଛି । କାହିଁକି ନା ଏସବୁ ଘର ଭିତରେ ଛାଲିଥିଲା ବେଧଡକ ଦେହ ବେପାର । ଯେଉଁଠି ରେଡ୍ ସମୟରେ ମାଳ ମାଳ ଗ୍ରାହକ ଧରା ପଡିଥିବା ବେଳେ, ଗଣ୍ଡା ଗଣ୍ଡା ଦେହଜୀବୀକୁ ଉଦ୍ଧାର କରାଯାଇଥିଲା ।

ସେକ୍ସ ର୍ୟାକେଟ ଧରା ପଡୁଥିବା ଘର ମାଲିକଙ୍କୁ କାରଣ ଦର୍ଶାଅ ପାଇଁ ସେକ୍ସନ ୧୮ରେ ନୋଟିସ ଦିଆଯାଇଛି । ଘର ମାଲିକଙ୍କ ଉତର ଓ ପୁଲିସର ତଦନ୍ତ କିଛି ଘର ମାଲିକଙ୍କୁ ତାଗିଦ କରିଥିବା ବେଳେ, ପ୍ରଥମ ଥର ପାଇଁ ଏହି ୭ଟି ଘର ସିଲ୍ କରିଛି । ଦେହ ଦଲାଲଙ୍କୁ ସାବାଡ କରିବା ପାଇଁ ପୁଲିସ ଆଗକୁ ଏହି ଅଭିଯାନ ଜାରି ରଖିବ ବୋଲି କହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-