ଫିଲ୍ମ ଷ୍ଟାଇଲରେ କମିଶନରେଟ୍ ପୁଲିସର ରେଡ୍ ! ଅଣ୍ଡର କଭର ଏଜେଂଟ୍ ସାଜିି ହାଇପ୍ରୋଫାଇଲ ସେକ୍ସ ରାକେର୍ଟର ପର୍ଦ୍ଦାଫାସ କଲା କ୍ୱିକ୍ ଆକ୍ସନ୍ ଟିମ

101

କନକ ବ୍ୟୁରୋ : ଇଂଟରନେଟ୍ ମାଧ୍ୟମରେ ଗ୍ରାହକଙ୍କୁ ଯୁବତୀ ଚାଲାଣ କରୁଥିବା ଏକ ରାକେଟର ପର୍ଦ୍ଦାଫାଶ ହୋଇଛି । ରାଜଧାନୀର ରଙ୍ଗିଲା ବାରରେ ଏହି କାରବାର ଚାଲୁଥିବାର ଏକ ଅଭିନବ ଉପାୟରେ ତଥ୍ୟ ସଂଗ୍ରହ କରି ପୁଲିସ ରେଡ୍ ମାରିଛି । ବାର ଏବଂ ଗେଷ୍ଟ ହାଉସରୁ ୫ ଜଣ ଯୁବତୀ ସହ ୮ଜଣ ଦଲାଲଙ୍କୁ ପୁଲିସ ଗରିଫ କରିଛି । ଏହି ଦଲାଲ ମାନେ ଏକ ୱେବସାଇଡ୍ ଜରିଆରେ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଥିଲେ । ପୁଲିସ ପାଖରେ ଏହି ମାମଲା ପହଂଚିବା ପରେ, କମିଶନରେଟ ପୁଲିସର ଜଣେ ଅଣ୍ଡର କଭର ଏଜେଂଟ ଗ୍ରହାକ ସାଜି ମାମଲାର ପର୍ଦ୍ଦାଫାଶ କରିଥିଲେ ।

ରାଜଧାନୀର ପସ୍ ଏରିଆ ଅଶୋକନଗରରେ ଏକ ବାର ମାଧ୍ୟମରେ ଚାଲୁଥିବା ସେକ୍ସ ର୍ୟାକେଟ କାରବାରର ପର୍ଦ୍ଦାଫାଶ ପାଇଁ କମିଶନରେଟ ପୁଲିସର ଜଣେ ଅଣ୍ଡର କଭର ଏଜେଂଟ ପହଂଚିଥିଲେ ବାରରେ । ଏବଂ ନିଜେ ଜଣେ ଗ୍ରାହକ ବୋଲି ପରିଚୟ ଦେଇଥିଲେ । କମିଶନରେଟ ପୁଲିସର କୁଇକ ଆକ୍ସନ ଟିମର ଅଣ୍ଡର କଭର ଏଜେଂଟ ନିଜକୁ ଗ୍ରାହକ ବୋଲି ପରିଚୟ ଦେଇ, କେଉଁ ଯୁବତୀ ତାଙ୍କୁ ମିଳି ପାରିବ ବୋଲି ବାରରେ ପ୍ରଶ୍ନ କରିଥିଲେ । କେତେ ଟଙ୍କା ଲାଗିବ ତାହାବି ଜାଣିବା ପାଇଁ ଚାହିଁଥିଲେ । ବାର ତରଫରୁ ମଧ୍ୟ ସବୁକିଛି ବିସ୍ତୃତ ଭାବରେ କୁହାଯାଇଥିଲା ।

ଏହାପରେ ସେହି ଅଣ୍ଡର କଭର ଏଜେଂଟ ଜଣେ ଯୁବତୀଙ୍କୁ ପସନ୍ଦ କରିଥିଲେ । ଏବଂ ସେହି ଯୁବତୀଙ୍କ ସହ ମୁଲଚାଲ ବି କଲେ । ଏହାପରେ ତାଙ୍କ ସହ ଯାଇ ବାର ଉପରେ ଥିବା ଗେଷ୍ଟ ହାଉସ ଭିତରେ ଏଂଟ୍ରି କରିଥିଲେ । ଅଣ୍ଡର କଭର ଏଜେଂଟ ଜଣକ ସେହି ବାର ଓ ଉପରେ ଥିବା ଗେଷ୍ଟ ହାଉସରେ କଣ ଚାଲିଛି ତାହା ପୁଙ୍ଖାନୁପୁଙ୍ଖ ଭାବେ ଜାଣିିବାକୁ ଚେଷ୍ଟା କରିଥିଲେ । ଏବଂ ନିଜେ ନିଜ ଆଖିରେ ସବୁ ଦେଖିଥିଲେ ।

ହେଲେ କେହି ବିି ଅଣ୍ଡର କଭର ଏଜେଂଟଙ୍କୁ ଚିହ୍ନି ପାରି ନଥିଲେ କିମ୍ବା ସନ୍ଦେହ ବି କରିନଥିଲେ । ବିନା ବାଧାରେ ଜଣେ ଗ୍ରାହକ ଭାବେ ପୁରା କାରବାରକୁ ମୋବାଇଲରେ ରେକର୍ଡ ବି କରିଥିଲେ । ଫଳରେ ସବୁ ପ୍ରମାଣ ତାଙ୍କ ପାଖରେ ରହିଯାଇଥିଲା । କେଲାକାତା ଓ ଝାଡଖଣ୍ଡରୁ ଆସିଥିବା ୫ରୂପଜୀବିଙ୍କୁ ପୁଲିସ ଉଦ୍ଧାର କରିଥିବା ବେଳେ, ବାର ମାଲିକ, ମ୍ୟାନେଜର ସେକ୍ସ ର୍ୟାକେଟର କିଙ୍ଗପିନ ଦିପୁ ସମେତ ୮ ଜଣକୁ ପୁଲିସ ଗରିଫ କରି କୋର୍ଟ ଚାଲଣ କରିଛି ।