ଭୁବନେଶ୍ୱର ପାର୍ଲରରେ ଥାଇଲାଣ୍ଡ ଝିଅ ! କମିଶନରେଟ ପୋଲିସର ରେଡ୍ ,ଚାଲିଥିଲା କ୍ରସ୍ ମସାଜ

61

କନକ ବ୍ୟୁରୋ :  ଭୁବନେଶ୍ୱରରେ ପାର୍ଲରରେ ଥାଇଲାଣ୍ଡ ଯୁବତୀ । ଚାଲିଥିଲା ହାଇ ପ୍ରୋଫାଇଲ ସର୍ଭିସ । ହେଭେନ୍ ଥାଇ ମସାଜ ନାଁରେ ଥାଇଲାଣ୍ଡ ଯୁବତୀ ଦେଉଥିଲେ କ୍ରସ ମସାଜ । ଜଣେ ନୁହେଁ ତିନି ତିନି ଜଣ ଥାଇଲାଣ୍ଡ ଯୁବତୀ ଏକକାଳୀନ ମସାଜ ଦେଉଥିଲେ – ଆଉ ତାଙ୍କୁ ସାହାଯ୍ୟ କରୁଥିଲେ ୨ ଓଡିଆ ଯୁବତୀ । ଏମାନଙ୍କ ୧ ଘଂଟାର ରହଣୀ ପାଇଁ ଥିଲା ୪୦ ହଜାର ଟଙ୍କା । ଆଉ ବିଦେଶିନୀଙ୍କ ସହ ବ୍ୟକ୍ତିଗତ ମସାଜ ନେବାକୁ ଚାହୁଁଥିଲେ ଦେବାକୁ ପଡୁଥିଲା ୧୨ ହଜାର ଟଙ୍କା । ସେହିପରି ଓଡିଶା ଯୁବତୀ ନେଉଥିଲେ ଅଢେଇ ହଜାର ଟଙ୍କା ।

୨ଜଣ ଗରାଖ ଏହି ହାଇ ପ୍ରୋଫାଇଲ ମସାଜ ନେଉଥିବା ବେଳେ, ରେଡ୍ କରିଥିଲା ଖାରବେଳ ନଗରର ଥାନା ପୁଲିସ । ଥାଇ ମସାଜ ସେଂଟରରେ ପୁଲିସ ରେଡ୍ ମାରିବା ବେଳେ, ୩ ବିେଦେଶିନୀ, ୨ ଜଣ ଓଡିଶା ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ, ୨ ଗରାଖଙ୍କୁ ଗିରଫ କରିଛି । ତେବେ ଏମାନଙ୍କ ନିକଟରୁ ୩ଟି ଥାଇଲାଣ୍ଡର ପାସପୋର୍ଟ, ମୋବାଇଲ ଫୋନ୍, ଏବଂ ଏକ ହୋଣ୍ଡା କାର୍ ଜବତ କରାଯାଇଛି ।

ସେକ୍ସ ରାକେଟର କିଙ୍ଗପିନକୁ ଗିରଫ କରିବା ପାଇଁ ପୁଲିସ ଛାନଭିନ୍ ଆରମ୍ଭ କରିଛି । ଅନ୍ୟପଟେ ବିେଦେଶିନୀଙ୍କୁ ଭୁବନେଶ୍ୱର ଆଣିଥିବା ବିବିଏସଆର୍ ଦିଦିକୁ ବି ପୁଲିସ ଖୋଜୁଛି । ଏହି ବିବିଏସଆର୍ ଦିଦି କିଏ ? ଉଦ୍ଧାର ହୋଇଥିବା ବିଦେଶୀନିଙ୍କୁ ସେ କାହିଁକି ବାରମ୍ବାର କଲ୍ କରୁଥିଲେ ? ଏହି ଦିଦି ହାଇପ୍ରୋଫାଇଲ ସେକ୍ସ ରାକେଟର କିଙ୍ଗପିନ୍ ନୁହେଁତ?