ସ୍ମାର୍ଟ ସିଟି ବଜାରରେ ଥାଇ ଯୁବତୀ ! ମସାଜ ପାର୍ଲରରୁ ବିଦେଶୀନିଙ୍କୁ ଉଦ୍ଧାର ପରେ କିଙ୍ଗପିନକୁ ଖୋଜୁଛି ପୁଲିସ

35

କନକ ବ୍ୟୁରୋ: ସ୍ମାର୍ଟ ସିଟି ବଜାରରେ ଥାଇଲାଣ୍ଡ ଯୁବତୀ । ଖାରବେଳନଗର ୟୁନିଟ୍ ୩ ସ୍ଥିତ ମସାଜ ପାର୍ଲରରୁ ବିଦେଶୀନିଙ୍କୁ ଉଦ୍ଧାର ପରେ କିଙ୍ଗପିନକୁ ଖୋଜୁଛି ପୁଲିସ । ସେକ୍ସ ଜଗତର ବେତାଜ ବାଦଶାହା ସୁନୀଲ ମେହେର ପରେ ଆସୁଛି କିଙ୍ଗପିନ ବିବିଏସଆର ଦିଦିର ନାଁ । ତେବେ ଏହି ବିବିଏସଆର ଦିଦି କିଏ, କାହିଁକି ବିଦେଶୀନିଙ୍କ ମୋବାଇଲକୁ ଏହି ବିବିଏସଆର ଦିଦି ବାରମ୍ବାର କଲ କରୁଥିଲେ ସେ ନେଇ ସନ୍ଦେହ ଘରକୁ ଆସିଯାଇଛନ୍ତି ଏହି ମାଷ୍ଟରମାଇଣ୍ଡ ଦିଦି । ଜବତ ହୋଇଥିବା ରେଜିଷ୍ଟ୍ରରରୁ ବହୁ ଗୁମର ପୁଲିସ ହାତରେ ଲାଗିଛି । ସେହି ତଥ୍ୟ ଆଧାରରେ ପୁଲିସ ଛାନଭିନ୍ ଚଳାଇଥିବା ବେଳେ ବିବିଏସଆର ଦିଦିଙ୍କୁ ଖୋଜିବାକୁ ଖୋଳତାଡ ଆରମ୍ଭ କରିଛି । ପୂର୍ବରୁ ସୁନୀଲମେହେରକୁ ଗିରଫ କରି ତଡିପାର କରିଛି କମିସନରେଟ ପୁଲିସ ।

ସୂଚନା ମୁତାବକ, ଭୁବନେଶ୍ୱରରେ ପାର୍ଲରରେ ଚାଲିଥିଲା ହାଇ ପ୍ରୋଫାଇଲ ସର୍ଭିସ । ହେଭେନ୍ ଥାଇ ମସାଜ ନାଁରେ ଥାଇଲାଣ୍ଡ ଯୁବତୀ ଦେଉଥିଲେ କ୍ରସ ମସାଜ । ଜଣେ ନୁହେଁ ତିନି ତିନି ଜଣ ଥାଇଲାଣ୍ଡ ଯୁବତୀ ଏକକାଳୀନ ମସାଜ ଦେଉଥିଲେ – ଆଉ ତାଙ୍କୁ ସାହାଯ୍ୟ କରୁଥିଲେ ୨ ଓଡିଆ ଯୁବତୀ । ଏମାନଙ୍କ ୧ ଘଂଟାର ରହଣୀ ପାଇଁ ଥିଲା ୪୦ ହଜାର ଟଙ୍କା । ଆଉ ବିଦେଶିନୀଙ୍କ ସହ ବ୍ୟକ୍ତିଗତ ମସାଜ ନେବାକୁ ଚାହୁଁଥିଲେ ଦେବାକୁ ପଡୁଥିଲା ୧୨ ହଜାର ଟଙ୍କା । ସେହିପରି ଓଡିଶା ଯୁବତୀ ନେଉଥିଲେ ଅଢେଇ ହଜାର ଟଙ୍କା ।

୨ଜଣ ଗରାଖ ଏହି ହାଇ ପ୍ରୋଫାଇଲ ମସାଜ ନେଉଥିବା ବେଳେ, ରେଡ୍ କରିଥିଲା ଖାରବେଳ ନଗରର ଥାନା ପୁଲିସ । ଥାଇ ମସାଜ ସେଂଟରରେ ପୁଲିସ ରେଡ୍ ମାରିବା ବେଳେ, ୩ ବିଦେଶିନୀ, ୨ ଜଣ ଓଡିଶା ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ, ୨ ଗରାଖଙ୍କୁ ଗିରଫ କରିଥିଲା ପୁଲିସ । ତେବେ ଏମାନଙ୍କ ନିକଟରୁ ୩ଟି ଥାଇଲାଣ୍ଡର ପାସପୋର୍ଟ, ମୋବାଇଲ ଫୋନ୍, ଏବଂ ଏକ ହୋଣ୍ଡା କାର୍ ଜବତ କରାଯାଇଛି ।