ଦେହ ବ୍ୟପାରର ନୂଆ ଫର୍ମୁଲା : ରାଜଧାନୀରେ ଚଳନ୍ତାକାରରେ ଚାଲିଛି ସେକ୍ସ କାରବାର

90

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚଳନ୍ତା କାରରେ ସେକ୍ସ ରାକେଟ୍ । ସ୍ମାର୍ଟ ସିଟିରେ ଦେହବ୍ୟବସାୟର ନୂଆ ଫର୍ମୁଲା ଏବେ ନଜରକୁ ଆସିଛି । ଭୁବନେଶ୍ୱରର ସିଆରପି ଅଂଚଳରୁ ଧରାପଡ଼ିଲେ ଜଣେ ଗ୍ରାହକ ଓ ୪ ଯୁବତୀ । ପୁରା ଫିଲ୍ମ ଷ୍ଟାଇଲରେ ଚାଲିଛି ବେଧଡକ ସେକ୍ସ କାରବାର ।  ଡ୍ୟାନସିଂ କାରରେ ଚାଲିଛି ଏହି ଅବାଧ ସେକ୍ସ ରାକେଟ । ସିଆରପି ଅଂଚଳରୁ ଧରାପଡିଛନ୍ତି ଏହି ରାକେଟ । ଏହି ରାକେଟରେ ଅଛନ୍ତି କିଙ୍ଗପିନ ରାଣୀମହୁମାଛି ସହ ୪ ଯୁବତୀ । ଇଣ୍ଡିଗୋ କାର ସହ ଥିଲେ ଜଣେ ଗ୍ରାହକ । ନୟାପଲ୍ଲି ପୁଲିସ ଚଢାଉରେ ଧରାପଡିଛନ୍ତି ୪ ଯୁବତୀ ସହ ଜଣେ ଗ୍ରାହକ । ତାଙ୍କ ଠାରୁ ଜବତ ହୋଇଛି ଆପତିଜନକ ସାମଗ୍ରୀ , ମୋବାଇଲ , ଟଙ୍କା ଓ ଇଣ୍ଡିଗୋ ଗାଡି । ରାଣୀମହୁମାଛି ଘର ଖୋର୍ଦ୍ଧା ହୋଇଥିବା ଜଣାପଡିଛି ।