ପୂଜା ବଜାରରେ ଦେହ ବଜାର ! ଧଉଳିରେ ଭଡା ଘରୁ ସେକ୍ସ ରାକେଟ୍ ଠାବ

45

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୂଜା ବଜାରରେ ଦେହ ବଜାର । ରାଜଧାନୀରେ ଧୀରେ ଧୀରେ ସେକ୍ସ ରାକେଟର ଚେର ଲମ୍ବିବାରେ ଲାଗିଛି । କମିଶନରେଟ ପୋଲିସକୁ ଚକମା ଦେଇ ଦେହଜୀବିଙ୍କର ଚାଲିଛି ବେଧଡକ ସେକ୍ସ ବ୍ୟାପାର । ଧଉଳି ଅଂଚଳରୁ ଏକ ଭଡା ଘରୁ ସେକ୍ସ ରାକେଟ୍ ଠାବ ହୋଇଛି । ଭଡାଘରେ କମିଶନରେଟ ପୋଲିସ ଚଢାଉ କରି ୩ ଦେହଜୀବିଙ୍କୁ ଉଦ୍ଧାର କରିଛି । ଚଢାଉବେଳେ ରାଣୀମହୁମାଛି ସହ ଗ୍ରାହକ ପୋଲିସକୁ ଚକମା ଦେଇ ଫେରାର ହୋଇଛି । ଗତକିଛି ଦିନ ସେହି ଭଡା ଘରେ ସେକ୍ସ କାରବାର ଚାଲିଥିଲା ।