ଭୁବନେଶ୍ୱର : ଖଣ୍ଡଗିରି ଅଂଚଳରୁ ସେକ୍ସ ରାକେଟ ଠାବ, ଜଣେ ମହିଳା ଦଲାଲ ଗିରଫ

50

କନକ ବ୍ୟୁରୋ : ଭୁବନେଶ୍ୱର ଖଣ୍ଡଗିରିର ଗିରିଷ ବିହାରରେ ଭଡାଘର ନେଇ ସେକ୍ସ ରାକେଟ ଚଳାଇଥିବା ମହିଳା ଦଲାଲଙ୍କୁ ପୁଲିସ ଗିରଫ କରିଛି । ଦେହ ବଜାରର ଲାଲପାନବିବି ନାଁରେ ପରିଚିତ ମହିଳା ଜଣକ ୫ ଦିନ ହେବ ଖଣ୍ଡଗିରିର ଗିରିଷ ବିହାରରେ ଭଡାଘର ନେଇ ଚଳାଇଥିଲା ସେକ୍ସ ରାକେଟ ।

୩ ଜଣ ଝିଅଙ୍କୁ ଚାକିରି କରାଇଦେବା ନାଁରେ କନ୍ଧମାଳ ରାଇକିଆରୁ ଭୁବନେଶ୍ୱର ଆଣିଥିଲା ଏହି ଦଲାଲ୍ ।ହେଲେ ଚାକିରୀ ବଦଳରେ ସେମାନଙ୍କୁ ବନାଇ ଦେଇଥିଲା ଦେହଜୀବୀ । ଯୁବତୀଙ୍କ ଚିତ୍କାର ଶୁଣି ପୁଲିସକୁ ଖବର ଦେିଥିଲେ ସ୍ଥାନୀୟ ଲୋକେ । ଲାଲପାନ ବିବିର ଗିରଫଦାରୀ ପରେ, ପ୍ରକୃତ ସତ ପଦାକୁ ଆସିଥିଲା ।

ତେବେ ଏହି ମହଳା ଦଲାଲ ଗିରଫ ହେବା ପରେ, ରାକେଟରେ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଏବେ ପୁଲିସ ଖୋଜୁଛି । ସେକ୍ସ ରାକେଟ ଚାଲିଥିବା ଭଡା ଘରକୁ ପୁଲିସ ସିଲ କରିଛି । ଘର ମାଲିକଙ୍କୁ କମିଶନରେଟ ପୁଲିସ ନୋଟିସ ବି ଜାରି କରିଛି । ପୁଲିସ ଲାଲ୍ ପାନ ବିବିର ମୋବାଇଲ ଫୋନ ଯାଂଚ ଚଳାଇଥିବା ବେଳେ, ୩ ଯୁବତୀଙ୍କୁ ସୁଧାର ଗୃହକୁ ପଠାଇଛି ।