ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସ ରାକେଟ୍! ଲଜରେ ବେଧଡକ୍ ଚାଲିଥିଲା ଦେହ ବ୍ୟବସାୟ, ରାଣୀ ମହୁମାଛି ସମେତ ୫ ଅଣଓଡ଼ିଆ ଯୁବତୀ ଅଟକ

52

କନକ ବ୍ୟୁରୋ : ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସ ରାକେଟ୍ । କଟକ ରୋଡ୍ ସ୍ଥିତ ଏକ ଲଜ୍ ଉପରେ ଅଚାନକ୍ ଚଢ଼ାଉ କରି ଦେହ ବ୍ୟବସାୟ ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୁଲିସ୍ । ବିଶେଷ ସୂତ୍ରରୁ ଖବର ପାଇଁ କ୍ୱିକ୍ ଆକ୍ସନ୍ ଟିମ୍ ଲଜରେ ଚଢ଼ାଉ କରି ଲଜ୍ ମାଲିକ ସମେତ ୮ ଜଣଙ୍କୁ ଗିରଫ କରିଛି ପୁଲିସ । ରାଣୀ ମହୁମାଛି ସମେତ ୫ ଜଣ ଅଣଓଡିଆ ଯୁବତୀଙ୍କୁ ଅଟକ ରଖି ପଚରାଉଚୁରା କରାଯାଇଛି । ଗିରଫ ଯୁବକମାନେ ନୟାଗଡ, ବାଲେଶ୍ୱର, ଭୁବନେଶ୍ୱର, କୋଲକାତା, କାକଟପୁର ଓ ପିପିଲି ଅଂଚଳର ବୋଲି ଜଣାପଡିଛି । ପଚରା ଉଚରା ବେଳେ ଅନେକ ତଥ୍ୟ ପୋଲିସର ହସ୍ତଗତ ହୋଇଛି । କେଉଁଠୁ ଯୁବତୀ ଆସନ୍ତି ଓ କେମିତି ଏହି ବେପାର ଚାଲେ ସେ ସଂପର୍କରେ ଅନେକ ତଥ୍ୟ ପୋଲିସ ଜାଣିବାକୁ ପାଇଛି ।

ପ୍ରାଥମିକ ତଦନ୍ତରେ ସେଠାରେ ସେକ୍ସ ରାକେଟ୍ ଚାଲିଥିଲା ବୋଲି ପୁଲିସ୍ ଜାଣିବାକୁ ପାଇଛି। ପଚରାଉଚରା ବେଳେ ଆହୁରି ଅନେକ ତଥ୍ୟ ପୁଲିସର ହସ୍ତଗତ ହୋଇଛି। କେଉଁଠୁ ଯୁବତୀ ଆସନ୍ତି ଓ କେମିତି ଏହି ବେପାର ସୁରୁଖୁରୁରେ ଚାଲେ ସେ ସଂପର୍କରେ ଅନେକ ତଥ୍ୟ ହାସଲ କରିଛି। ଏହି ଗ୍ରାହକଙ୍କ ମଧ୍ୟରେ ଜଣେ ସେନା କର୍ମଚାରୀ ରହିଥିବା ବେଳେ ଜଣେ ବିଧାନସଭାର ଗାଡ଼ି ଚାଳକ ମଧ୍ୟ ରହିଛନ୍ତି। ଆସନ୍ତାକାଲି ଡାକ୍ତରୀ ମାଇନା ପରେ ୮ ଜଣ ଗ୍ରାହକଙ୍କୁ କୋର୍ଟ ଚାଲାଣ କରାଯିବା ସହ ଯୁବତୀମାନଙ୍କୁ ସର୍ଟଷ୍ଟେ ହୋମକୁ ପଠାଯିବ। ଦୀର୍ଘ ଦିନ ହେବ ଏଠାରେ ସେକ୍ସ ରାକେଟ୍ ଚାଲିଥିଲା। ପ୍ରତ୍ୟେକ ଦିନ ଏଠାକୁ ନୂଆ ନୂଆ ଯୁବତୀ ଆସୁଥିବା ବେଳେ ଦଲାଲ ଓ ହୋଟେଲ ମ୍ୟାନେଜର୍ ବେଶ ମୋଟାଅଙ୍କର ଅର୍ଥ କମାଉଥିଲେ। ଏଭଳି ଖବର କ୍ୟୁଏଟି ପାଖରେ ରହିଥିଲା। ହେଲେ ଉପଯୁକ୍ତ ପ୍ରମାଣ ଯୋଗାଡ଼ ହୋଇ ପାରୁ ନଥିଲା। ଆଜି ରାତିରେ କେତେକ ଯୁବତୀ ପହଞ୍ଚିବା ପରେ ପରେ ଗ୍ରାହକ ଭିତରେ ପଶିଥିଲେ।