ଖଣ୍ଡଗିରି : କଳିଙ୍ଗନଗର ଅଚଂଳରୁ ସେକ୍ସ ରାକେଟ ଠାବ

70

କନକ ବ୍ୟୁରୋ : ରାଜଧାନୀରେ ପୁଣି ଧରା ପଡିଲା ସେକ୍ସ ରାକେଟ୍ । ଖଣ୍ଡଗିରି ଥାନା କଳିଙ୍ଗନଗର ଅଚଂଳରୁ ଏକ ସେକ୍ସ ରାକେଟକୁ ପୋଲିସ ଠାବ କରିଛି । ଏହି ରାକେଟରେ ସଂମ୍ପୃକ୍ତ ୮ ଜଣ ଯୁବତୀ ଏବଂ ୪ ଜଣ ଯୁବକଙ୍କୁ ପୋଲିସ ଅଟକ ରଖିଛି । ପ୍ଲଟ୍ ନଂ ୧୬୬ ରେ ଥିବା ତିନି ମହଲା ଘରେ କ୍ୟୁଏଟି ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ଉଦ୍ଧାର କରାଯାଇଥିଲା । ଏହା ସହ ୨ଟି ବାଇକ କୁ ମଧ୍ୟ ପୋଲିସ ଜବତ କରିଛି ।