ଆସିଲା ରିଷିଙ୍କ ଭିସେରା ରିପୋର୍ଟ ! କମିଶନରେଟ୍ ପୁଲିସ୍ କହିଲା ରିପୋର୍ଟର ହେବ ଡାକ୍ତରୀ ଯାଂଚ

33

କନକ ବ୍ୟୁରୋ : ରିଷି ମହାନ୍ତି ଅପମୃତ୍ୟୁ ମାମଲାରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତି ଅଭିଯୋଗ କରି ବିରୋଧୀ ହଟ୍ଟଗୋଳ ଚଲାଇଥିବା ବେଳେ ଆଜି ଆସିଛି ଭିସେରା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ । ଭୁବନେଶ୍ୱର ଡିସିପି କହିଛନ୍ତି, କିପରି ରିଷିର ମୃତ୍ୟୁ ହୋଇଥିଲା ତାହା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଯିବ ।

ଆଶୁତୋଷ ମହାନ୍ତି ଓରଫ ରିଷି । ୭ ମାସ ତଳେ ପ୍ରାଣ ହରାଇଥିଲେ ଏହି ଇଂଜିନିୟରିଂ ଛାତ୍ର । କୁହାଯାଉଛି, ଅତ୍ୟଧିକ ନିଶା ମୃତ୍ୟୁର କାରଣ । ଏବେ ସେହି ପୁରୁଣା ଅପମୃତ୍ୟୁ ମାମଲା ସହ ଯୋଡି ହୋଇଯାଇଛି ଚର୍ଚିତ ସେକ୍ସ ଭିଡିଓ । ବିବାଦ ଭିତରକୁ ଆସିଯାଇଛନ୍ତି ବିଜେଡିର ଟାଣୁଆ ନେତା । ଏଭଳି ସ୍ଥିତିରେ ଆଜି ଆସିଛି ରିଷି ମୃତ୍ୟୁର ଭିସେରା ଓ ପୋଷ୍ଟମର୍ଟମ ରିପୋର୍ଟ । ଏବେ ଏହି ରିପୋର୍ଟକୁ ତର୍ଜମା କରିବେ ଡାକ୍ତର । ଏହାପରେ ଖୋଲିବ ରିଷି ମୃତ୍ୟୁର ରହସ୍ୟ । ପଦାକୁ ଆସିବ ମୃତ୍ୟୁର ପ୍ରକୃତ କାରଣ ।

ରିଷି ମୃତ୍ୟୁକୁ ନେଇ ରାଜନୈତିକ ପାଣିପାଗ ବି ସରଗରମ । ଭିସେରା ରିପୋର୍ଟ ବିଳମ୍ବ ନେଇ ପ୍ରଶ୍ନ ଉଠାଇଛି ବିଜେପି । ରିଷିଙ୍କ ଠାରୁ ଜବତ ଲାପଟପ୍ ଓ ମୋବାଇଲକୁ ଏଯାଏଁ କାହିଁକି ଯାଂଚ କରାଯାଇନାହିଁ ବୋଲି ଦଳ ପ୍ରଶ୍ନ କରିଛି । ସରକାର, ମେୟରଙ୍କୁ ଘଂଟ ଘୋଡାଉଥିବା ବିଜେପି ଅଭିଯୋଗ କରିଛି । ସେପଟେ ପୋଲିସ ଉପରେ ସବୁ ଛାଡି ଦେଇ ମାମଲାରୁ ହାତ ଝାଡି ନେଇଛି ବିଜେଡି ।

ପ୍ରଥମେ ଆସିଲା ବିବାଦୀୟ ସେକ୍ସ ସିଡି । ପରେ ତାସହ ଯୋଡିହୋଇଗଲା ରିଷି ମୃତ୍ୟୁ ମାମଲା । ଏହାରି ଭିତରେ ବାଜି ଲାଗିଛି ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଭବିଷ୍ୟତ ।