ମୋବାଇଲ୍ ଖୋଲିବ ରହସ୍ୟ ! ସେକ୍ସ ସିଡି ସହ କଣ ରହିଛି ଋଷି ମୃତ୍ୟୁର ସଂପର୍କ

172

କନକ ବ୍ୟୁରୋ : ଭୁବନେଶ୍ୱର ମେୟର ସେକ୍ସ ସିଡି ମାମଲାର ଚେର ପାଖରେ ପହଂଚିବାକୁ କମିଶନରେଟ୍ ପୋଲିସ୍ ଚଳାଇଛି ତନାଘନା । ସେକ୍ସ ସିଡି ସହ କଣ ରହିଛି ଋଷି ମୃତ୍ୟୁର ସଂପର୍କ । ତାହା ଜାଣିବାକୁ ଋଷିର ମୋବାଇଲ୍ ଜବତ କରିଛି କମିଶନରେଟ୍ ପୋଲିସ୍ । ଯାହାର ଯାଂଚ ପାଇଁ କୋଲକାତା ସ୍ଥିତ ସେଂଟ୍ରାଲ ଫରେନ୍ସିକ୍ ସାଇନ୍ସ ଲ୍ୟାବକୁ ପଠାଯିବ । କୁହାଯାଉଛି, ଋଷିର ମୋବାଇଲରେ ହିଁ ସେହି ଅଶ୍ଳୀଳ ଭିଡିଓ ଥିଲା । ଯାହାକୁ ନେଇ ଏତେବଡ ବିବାଦ ମୁଣ୍ଡ ଟେକିଛି ।

ସେକ୍ସ ଭିଡିଓ ସହ ଋଷି ମୃତ୍ୟୁ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ବି ହୋଇଥିଲା । ଭିଡିଓରେ ମେୟର ଥିବା ନେଇ ରାଜନୀତି ବି ଜୋର ଧରିଲା । ଋଷି ମା’ଙ୍କ ସାନି ଅଭିଯୋଗକୁ ନେଇ ତଦନ୍ତ ଆରମ୍ଭ କଲା କମିଶନରେଟ ପୋଲିସ । ଜଣେ ପରେ ଜଣେ ସାଥୀଙ୍କ ବୟାନ ବି ରେକର୍ଡ ହଲା । ଆଉ ଏ ସମୟରେ ଋଷିଙ୍କ ପ୍ରେମିକା କୁହାଯାଉଥିବା ଯୁବତୀଙ୍କ ବୟାନ ପୁରା ଘଟଣାକୁ ଦେଲା ଭିନ୍ନ ମୋଡ । ତେବେ ସେକ୍ସ ସିଡି ସହ ଋଷିର ମୃତ୍ୟୁର କଣ ରହିଛି ସଂପର୍କ? କୁହାଯାଉଛି, ଋଷିଙ୍କ ମୃତ୍ୟୁର ଢେର ପୂର୍ବରୁ ତାଙ୍କ ମୋବାଇଲର ଭିଡିଓ ଗ୍ୟାଲେରୀରେ ଥିଲା ଏହି ସମ୍ବେଦନଶୀଳ ଭିଡିଓ । ଏପରି ବି କୁହାଯାଉଛି, ଏ ଭିଡିଓ ମୋବାଇଲରୁ ମୋବାଇଲକୁ ବୁଲିବା ପୂର୍ବରୁ ତାଙ୍କୁ ହତ୍ୟା କରିବାକୁ ହୋଇଥିଲା ଷଡଯନ୍ତ୍ର ।

ଏଭଳି ସାଂଘାତିକ ଅଭିଯୋଗ ପଛରେ ସତ୍ୟତା ଜାଣିବାକୁ ଏବେ କମିଶନରେଟ ପୋଲିସ ମୃତ ଋଷିର ମୋବାଇଲକୁ ଜବତ କରିଛି । ଯାହାର ଯାଞ୍ଚ ହେବ କୋଲକୋତା ସ୍ଥିତ ସେଣ୍ଟ୍ରାଲ ଫରେନସିକ ସାଇନସ୍ ଲାବୋରଟାରୀରେ । ପ୍ରାଣ ହରାଇବାର କଛି ଦିନ ପୂର୍ବରୁଏମିତି କିଛି ଲେଖାକୁ ଫେସବୁକରେ ପୋଷ୍ଟ କରିଥିଲେ ଋଷି । ତେଣୁ ତାଙ୍କ ମୋବାଇଲରେ ଭିଡିଓ ଥିଲା କି ନାହିଁ ? ମୋବାଇଲରୁ ଭିଡିଓ ଅନ୍ୟ କାହା ପାଖକୁ ପଠା ଯାଇଛି କି ନାହିଁ ? ମୃତ୍ୟୁ ପୂର୍ବରୁ ସେ କାହା ସହ ବାରମ୍ବାର କଥା ହେଉଥିଲେ ? ଏସବୁର ଯାଞ୍ଚକରିବ କମିଶନରେଟ ପୋଲିସ । ହୁଏତ ସେକ୍ସ ସିଡି ସହ ଋଷି ମୃତ୍ୟୁର ସଂପର୍କ ପାଖରେ ପହଞ୍ଚାଇ ପାରିବ ମୋବାଇଲରୁ ମିଳିଥିବା ତଥ୍ୟ ଓ ସତ୍ୟ ।