‘ମୁଁ ନୁହେଁ ଗର୍ଲଫ୍ରେଣ୍ଡ’! କ୍ୟାମେରା ଆଗରେ ମୁହଁ ଖୋଲିଲେ ରିଷିଙ୍କ ରହସ୍ୟମୟୀ ପ୍ରେମିକା

90

କନକ ବ୍ୟୁରୋ : ବିବାଦ, ବିତର୍କ, ଆନ୍ଦୋଳନ ଆଉ ରାଜନୀତି । ଏସବୁ ଭିତରେ ବହୁ ଚର୍ଚ୍ଚିତ ରିଷି ମହାନ୍ତି ମୃତ୍ୟୁ ଓ ବିବାଦୀୟ ଭିଡିଓ ମାମଲାରେ ମୁହଁ ଖୋଲିଛନ୍ତି ରହସ୍ୟମୟୀ ରହସ୍ୟମୟୀ ଯୁବତୀ । ତଥାକଥିତ ଭିଡିଓ ଏବଂ ସମ୍ବେଦନଶୀଳ ରାଜନୀତି ଭିତରେ ପୂରା ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି ଯୁବତୀ । କୁହାଯାଉଥିଲା- ରିଷିଙ୍କ ମୃତ୍ୟୁ ଓ ବିବାଦୀୟ ଭିଡିଓ ବାବଦରେ ସବୁ ଜାଣିଛନ୍ତି ଏହି ଗର୍ଲଫେଣ୍ଡ । କିନ୍ତୁ ଆଜି କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଯୁବତୀ ଜଣକ ଏସବୁ କଥାକୁ ଅସ୍ୱୀକାର କରିଛନ୍ତି ।

ଯେଉଁ ସସପେନ୍ସ ଜାରି ରହିଥିଲା ଯୁବତୀଙ୍କ ବୟାନ ପରେ ପୂରା ପ୍ରସଙ୍ଗରେ ନୂଆ ମୋଡ ଆସିବାର ସମ୍ଭାବନା ରହିଛି । ବିବାଦୀୟ ଯୁବତୀ କହିଛନ୍ତି, ଯେଉଁ ସିଡିକୁ ନେଇ ରାଜଧାନୀ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି, ସେ ବାବାଦରେ ସେ କିଛି ବି ଜାଣିନାହାନ୍ତି ।

ରିଷିଙ୍କ ବାବଦରେ ବିବାଦୀୟ ଯୁବତୀ ଯେଉଁ ବୟାନ ଦେଇଛନ୍ତି ତାହା ବେଶ ରୋଚକ । ଯୁବତୀ କହିଛନ୍ତି, ସେ ତାଙ୍କର ଗର୍ଲଫ୍ରେଣ୍ଡ ନୁହଁନ୍ତି । ଯୁକ୍ତ ୨ରେ ପଢିଲା ବେଳୁ କେବଳ ଚିହ୍ନିଥିଲେ । ବଡ କଥା ହେଉଛି, ପୂର୍ବରୁ ରିଷିଙ୍କ ସାଙ୍ଗ ଯେଉଁ ସବୁ ବୟାନ ଦେଇଥିଲେ ସେଥିରେ ସ୍ପଷ୍ଟ କରିଥିଲେ, ବିବାଦୀୟ ଯୁବତୀ ହିଁ ରିଷିଙ୍କ କଥାରେ ସେହି ଭିଡିଓ ସୁଟ୍ କରିଥିଲେ ।

ଖାଲି ଏତିକି ନୁହେଁ, ବିବାଦୀୟ ସିଡିରେ ଥିବା ବ୍ୟକ୍ତି ଓ ମହିଳା କିଏ ସେନେଇ ଯେତେବେଳେ ପ୍ରଶ୍ନ କରାଗଲା, ସେତେବେଳେ ରୋକଠୋକ ଶୁଣାଇଦେଲେ ସେ କିଛି ଜାଣିନାହାନ୍ତି । ଯେଉଁ ରିଷିଙ୍କ ମୃତ୍ୟୁ ବାବଦରେ ଏବେ ବି ସସପେନ୍ସ ଜାରି ରହିଛି ସେବାବଦରେ ଯୁବତୀ ମତ ରଖିଥିବା ବେଳେ ପୋଲିସ ଆଗରେ ସବୁ ସତ କଥା କହିବେ ବୋଲି ସ୍ପଷ୍ଟ କରିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି

• ପୂରା ପ୍ରସଙ୍ଗରେ ସତ କିଏ କହୁଛି, ରିଷିଙ୍କ ସାଙ୍ଗ ନା ରହସ୍ୟମୟୀ ଯୁବତୀ?
• ଯଦି ପ୍ରସଙ୍ଗ ବାବଦରେ ସେ କିଛି ଜାଣିନଥିଲେ, ଏତେ ଦିନ ଚୁପ କାହିଁକି ଥିଲେ?
• କିଛି ଚାପର ବଶବର୍ତ୍ତୀ ହୋଇ ଯୁବତୀ ଏଭଳି ବୟାନ ଦେଇଛନ୍ତି କି?

ରିଷି ମୃତ୍ୟୁ ମାମଲାରେ ଚାଲିଥିବା ପୋଲିସ ତଦନ୍ତର ଫାଇଲ ଓ ଭିଡିଓ ଫୁଟେଜର ରାଜନୀତିର ମୋଡ ଏହି ବୟାନ ପରେ କୁଆଡେ ବଦଳିବ ତା ଉପରେ ନଜର ।