କାମାସକ୍ତ ରାମରହିମ ! ଅଷ୍ଟ୍ରେଲିଆରୁ ବାବାଙ୍କ ପାଇଁ ଆସୁଥିଲା ଶକ୍ତିବର୍ଦ୍ଧକ

73

5କନକ ବ୍ୟୁରୋ : ଜେଲରେ ବାବା ରାମରହିମଙ୍କ ଆଉ ଏକ ରୂପ ସାମ୍ନାକୁ ଆସିଛି । ବାବା ଜଣେ ସେକ୍ସ ଆଡିକ୍ଟେଡ୍ ଅର୍ଥାତ୍ ଅଭ୍ୟାସଗତ ଯୌନଚାରୀ । ରୋହତକର ସୁନାରିଆ ଜେଲରେ ବନ୍ଦୀ ଥିବା ବାବା ରାମରହିମ ଜଣେ ଅତ୍ୟନ୍ତ କାମାସକ୍ତ ବ୍ୟକ୍ତି । ରାମ ରହିମଙ୍କ ପ୍ରବଳ କାମ ବାସନା ତାଙ୍କ ମାନସିକ ସନ୍ତୁଳନକୁ ବି ନଷ୍ଟ ରିଦେଇପାରେ । ଏଭଳି ରିପୋର୍ଟ ଦେଇଛନ୍ତି ଜେଲରେ ବାବାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଡାକ୍ତର । ଜେଲରେ ବାରମ୍ବାର ପ୍ରଳାପ କରୁଛନ୍ତି ବାବା । ବେଳେ ବେଳେ ଚିକ୍ରାର କରୁଛନ୍ତି । ଦେହ ମୁଣ୍ଡ କୁଣ୍ଡାଇ ହେଉଛନ୍ତି । ଏପରିକି ରାତି ଅଧରେ ପୌଷ୍ୟ ଝିଅ ହନିପ୍ରିତଙ୍କୁ ପାଗଳଙ୍କ ପରି ଖୋଜୁଛନ୍ତି ରାମରହିମ । ବାବାଙ୍କ ଏଭଳି କାମାସକ୍ତ ଅବସ୍ଥା ଏକ ରୋଗ ଏବଂ ବାବା ଜଣେ ନିୟମିତ ଯୋ÷÷ନଚାରୀ ବୋଲି କହିଛନ୍ତି ଡାକ୍ତର ।

କୋର୍ଟରେ ନିଜକୁ ନପୁଂସକ ଓ ଶାରୀରିକ ସମ୍ପର୍କ ପାଇଁ ଅକ୍ଷମ କହୁଥିବା ବାବା ରାମ ରହିମ ଜଣେ ଅଭ୍ୟାସଗତ ଯୌନାଚାରୀ । ତାଙ୍କ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି ବାବା ଜଣେ ସେକ୍ସ ଆଡିକ୍ଟ । ପୂର୍ବରୁ ବାବାଙ୍କ ଗୁମ୍ଫା କଥା ସାମ୍ନାକୁ ଆସିଥିବା ବେଳେ ସେ ଯୌନବିକାର ଗ୍ରସ୍ତ ଥିବା ଏବେ ସ୍ପଷ୍ଟ ହୋଇଛି । ଏହି କାରଣରୁ ହନିପ୍ରୀତଙ୍କୁ ଜେଲ ଭିତରକୁ ନେବାକୁ ବାବା ବ୍ୟାକୁଳ ଥିବା କୁହାଯାଇଛି ।