ସିୱେଜ୍ ଜିଏମ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲା : କୁଜଙ୍ଗ ଜେଲକୁ ଗଲେ ୫ ଅଭିଯୁକ୍ତ

12

କନକ ବ୍ୟୁରୋ : ସିୱେଜ୍ ଜିଏମ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟାକାଣ୍ଡ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କୁ କୁଜଙ୍ଗ ଜେଲ ପଠାଯାଇଛି । ଆଜି କୁଜଙ୍ଗ କୋର୍ଟରେ ୫ ଅଭିଯୁକ୍ତଙ୍କୁ ହାଜର କରାଯାଇଥିଲା । ଜାମିନ ନାମଂଜୁର ପରେ ସେମାନଙ୍କୁ ଜେଲ ପଠାଯାଇଛି । ଅଧିକ ତଥ୍ୟ ପାଇଁ ଏମାନଙ୍କୁ ରିମାଣ୍ଡରେ ଆଣିପାରେ ପୁଲିସ । ୫ ଜଣ ଅଭିଯୁକ୍ତଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସ ହାତରେ ଲାଗିଛି ।

ହତ୍ୟାକାଣ୍ଡ ପାଇଁ ଅଭିଯୁକ୍ତଙ୍କୁ ସୁପାରୀ ଆକାରରେ ଓଏସଏଲ ପକ୍ଷରୁ ଆଗୁଆ ୧୨ ଲକ୍ଷ ଟଙ୍କା ଦିଆଯାଇଥିବା ପୁଲିସକୁ କହିଛି ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେ । ଜାମସେଦପୁରର ରାକେଶ ଚୌବେ ୪ ଜଣ ସହଯୋଗୀଙ୍କୁ ନେଇ ଏହି ହତ୍ୟାକାଣ୍ଡ ଭିଆଇଥିଲା । ଷ୍ଟିଭେଡରିଂ ବିବାଦକୁ ନେଇ ସିୱେଜ୍ ମ୍ୟାନେଜରଙ୍କୁ ହତ୍ୟା କରିବା ପାଇଁ ୨୦୧୫ ରୁ ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯାଇଥିଲା ବୋଲି ଜେରା ବେଳେ କହିଛି ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେ ।