ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର: ଅପେକ୍ଷାର ଅନ୍ତ, ଅକ୍ଟୋବର ୧୫ରୁ ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିବ ଟ୍ରେନ୍ ।

839

କନକ ବ୍ୟୁରୋ: ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ଅକ୍ଟୋର ୧୫ ତାରିଖରେ ପୂରଣ ହେବ ନୟାଗଡ଼ବାସୀଙ୍କ ବହୁ ଦିନର ସ୍ୱପ୍ନ । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନ ଥିଲେ ବି ସହରବାସୀଙ୍କ ପାଇଁ ଭୁବନେଶ୍ୱରରୁ ନୟାଗଡ଼କୁ ଚାଲିବ ଏକ୍ସପ୍ରେସ୍ । ଏନେଇ ପୂର୍ବତଟ ରେଳପଥ ତରଫରୁ ସୁଚନା ଦିଆଯାଇଛି । ତେବେ ଏହି ଟ୍ରେନର ନାଁ ‘ସେବା ସର୍ଭିସ୍ ଏକ୍ସପ୍ରେସ୍’ ରହିବ ବୋଲି ରେଳପଥ ତରଫରୁ ନିଷ୍ପତି ହୋଇଛି । ଆଉ ଏହି ‘ସେବା ସର୍ଭିସ ଏକ୍ସପ୍ରେସ୍‘ ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ୱର ଷ୍ଟେସନରୁ ଛାଡ଼ିବ ଏବଂ ରାତି ୯ଟାରେ ନୟାଗଡ଼ ପହଞ୍ଚିବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ସେବା ସର୍ଭିସ ଏକ୍ସପ୍ରେସ୍ ଖୋର୍ଦ୍ଧା ରୋଡ଼, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା ଓ ବୋଲଗଡ଼ରେ ଷ୍ଟେସନ୍ ଠାରେ ଅଟକିବ । ତେବେ ଏହି ଏକ୍ସପ୍ରେସ୍ ଚାଲିବା ଦ୍ୱାରା ସନ୍ଧ୍ୟା ସମୟରେ ଲୋକଙ୍କୁ ନୟାଗଡ଼ରୁ ଭୁବନେଶ୍ୱ ଯିବା ଆସିବାରେ ହଇରାଣ ହେବାକୁ ପଡ଼ିବ ନାହିଁ। ଦିନକୁ ଦିନ ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ କାମ ଦ୍ରୁତ ଗତିରେ ଆଗକୁ ବଢୁଛି । ନିର୍ଦ୍ଧାରିତ ସମୟ ଭିତରେ ଏହି ବହୁ ପ୍ରତୀକ୍ଷିତ ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।