ବଲାଙ୍ଗୀର କଂଗ୍ରେସକୁ ବଡ ଝଟକା । ନିର୍ବାଚନ ପୂର୍ବରୁ ‘ହାତ’ ଛାଡିଲେ ୯ ଜଣ ଟାଣୁଆ ନେତା

410

କନକ ବ୍ୟୁରୋ: ପାଖେଇ ଆସିଲାଣି ନିର୍ବାଚନ ତାରିଖ । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳମାନେ ମଧ୍ୟ ନିଜ ନିଜର ପ୍ରାର୍ଥୀ ତାଲିକା ପ୍ରାୟତଃ ଘୋଷଣା କରିସାରିଲେଣି । ହେଲେ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଛି ଶକ୍ତ ଝଟକା । ଗତକାଲି ମଧ୍ୟରାତ୍ରିରେ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଆଜି ବଲଙ୍ଗୀରରୁ କଂଗ୍ରେସର ୯ଜଣ ଟାଣୁଆ ନେତା ‘ହାତ’ ସହ ସଂପର୍କ ଛିନ୍ନ କରିଛନ୍ତି । ତେବେ କାହିଁକି ଏମାନେ ଦଳ ଛାଡିବା ଭଳି ଚରମ ନିଷ୍ପତି ନେଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

image courtesy – www.indiatvnews.com

ବଲାଙ୍ଗୀରର ୯ଜଣ କଂଗ୍ରେସ ନେତା ଆଜି ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । କଂଗ୍ରେସର ସ୍ଥିତିକୁ ଅଡ଼ୁଆରେ ପକାଇ ଆଜି ଅନେକ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି । କଂଗ୍ରେସ ପିସିସି ସାଧାରଣ ସଂପାଦକ ଲକ୍ଷ୍ମଣ ମେହେର , ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ବଗର୍ତ୍ତି ,ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେରଙ୍କ ସହ ପ୍ରବୀଣ ମିଶ୍ର, ରାଧାକାନ୍ତ ନାୟକ, ଜନ୍ମୟୀ ସାହୁ , ମହେନ୍ଦ୍ର ଜାଲ ଏବଂ ପ୍ରଦ୍ୟୁମ୍ନ କମାର ମିଶ୍ର ଭଳି ଟାଣୁଆ ନେତା ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଆଜି ନିଜ ଇସ୍ତଫା ପତ୍ର ଦଳର ମୁଖିଆଙ୍କ ନିକଟକୁ ପଠାଇଛନ୍ତି ।