ସରକାରୀ କର୍ମଚାରୀଙ୍କ ଦରମା ଓ ପେନସନ ବୃଦ୍ଧି ପ୍ରସଙ୍ଗ : ଆଜି ଫିଟମେଂଟ କମିଟି ଦେବ ରିପୋର୍ଟ

47

କନକ ବ୍ୟୁରୋ : ସପ୍ତମ ବେତନ କମିଶନ ଅଧାରରେ ରାଜ୍ୟ ସରକାର ଗଢ଼ିଥିବା ଫିଟମେଂଟ୍ କମିଟିର ରିପୋର୍ଟ ଦେବାର ଅବଧି ଆଜି ଶେଷ ହେଉଛି । ଏହି ଅବସରରେ ଫିଟମେଂଟ୍  କମିଟି ସମ୍ଭବତଃ ଶେଷ ଥର ପାଇଁ ଆଜି ଏକ ବୈଠକରେ ମିଳିତ ହୋଇପାରେ ।

ଇତିିମଧ୍ୟରେ ଫିଟମେଂଟ୍ କମିଟି ପକ୍ଷରୁ ତିନିଟି ବୈଠକ ବସିସାରିଛି । ଏହା ପରେ ସରକାରଙ୍କୁ କର୍ମଚାରୀଙ୍କ ଦରମା ଓ ପେନସନ୍ ନେଇ ସୁପାରିଶ କରାଯିବ ବୋଲି କହିଛନ୍ତି ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ୍ । ରାଜ୍ୟରେ ପ୍ରାୟ ୪ ଲକ୍ଷ ସରକାରୀ କର୍ମଚାରୀ ଥିବା ବେଳେ ୩ ଲକ୍ଷ ପେନସନର୍ ଅଛନ୍ତି । ଜଷ୍ଟିସ୍ ଏ.କେ. ମାଥୁର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମୋଟ ବେତନ ଓ ଭତାର ୨୩ ଦଶମିକ ୫ ପ୍ରତିଶତ ବୃଦ୍ଧି କରିବାକୁ ସୁପାରିଶ କରିଥିବାବେଳେ କେନ୍ଦ୍ର ସରକାର ଜାନୁଆରୀ ୧ ତାରିଖରୁ ଏହାକୁ ଗ୍ରହଣ କରିନେଇଛନ୍ତି । ବର୍ତମାନ ରାଜ୍ୟରେ ସରକାରୀ କର୍ମଚାରୀଙ୍କ ବେତନ ଓ ପେନସନ୍ ବାବଦରେ ବାର୍ଷିକ ପ୍ରାୟ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହା ଆଉ ୫ ହଜାର କୋଟି ଟଙ୍କା ବଢ଼ିଯିବ ବୋଲି ଅନୁମାନ କରାଯାଉଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –