ସାତକୋଟି ଚାଷୀଙ୍କ ପାଇଁ ଖୁସିଖବର ଆଣୁଛନ୍ତି ମୋଦି ସରକାର ! ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ସ୍କିମ୍ ରେ ବଳକା ଚାଷୀଙ୍କୁ ମିଳିବ ଟଙ୍କା ।

1,599

ଲୋକସଭା ନିର୍ବାଚନର ପ୍ରକ୍ରିୟା ଶେଷ ହୋଇଯାଇଛି । ଲୋକସଭା ନିର୍ବାଚନର ଆଦର୍ଶ ଆଚାର ସଂହିତା ହଟାଇବା ପାଇଁ ମଇ ୨୭ ତାରିଖରେ ଘୋଷଣା ହୋଇପାରେ । ଏହାପରେ ବିକାଶ ସ୍କିମ୍ ଏବଂ ସରକାରୀ ଲାଭ ଭଳି ଯୋଜନା ସାମାନ୍ୟ ରୁପରେ ଆରମ୍ଭ ହୋଇଯିବ । ମୋଦି ସରକାରଙ୍କ ଗେମଚେଞ୍ଜର ସ୍କିମ୍ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନା ଏଥିମଧ୍ୟରୁ ଗୋଟିଏ । ଆଚାର ସଂହିତା ହଟିଯିବା ପରେ ସେହି ଚାଷୀ ମଧ୍ୟ ଏହି ସ୍କିମର ଲାଭ ଉଠାଇପାରିବେ ଯେଉଁମାନେ ୧୦ ମାର୍ଚ୍ଚ ପୂର୍ବରୁ ରେଜିଷ୍ଟ୍ରେସନ୍ କରିନାହାନ୍ତି । ଦେଶରେ ୪.୭୬ କୋଟି ଚାଷୀ ଅଛନ୍ତି । ତେବେ ଏହି ଚାଷୀମାନଙ୍କୁ ସର୍ବପ୍ରଥମେ ଏହି ସ୍କିମର ଲାଭ ଉଠାଇବା ପାଇଁ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ପଡିବ ଏବଂ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ଭେରିଫିକେସନ୍ ପରେ ଖାତାକୁ ଟଙ୍କା ଆସିବ । ଯେଉଁ ୫ କୋଟି ଚାଷୀଙ୍କ ରେଜିଷ୍ଟ୍ରେସନ୍ ହୋଇଛି ସେମାନଙ୍କ ମଧ୍ୟରୁ ୩ କୋଟି ଚାଷୀଙ୍କ ଆକାଉଣ୍ଟରେ ଦୁଇ-ଦୁଇ ହଜାର ଟଙ୍କା କିସ୍ତିରେ ଆସିଯାଇଛି । ପଛରେ ରେଜିଷ୍ଟ୍ରେସନ୍ କରିଥିବା ଚାଷୀଙ୍କ ଆକାଉଣ୍ଟକୁ ଗୋଟିଏ କିସ୍ତିର ଟଙ୍କା ଆସିଛି ।

ଟଙ୍କା ପାଇବା ପାଇଁ କରିବେ କ’ଣ ?

ସ୍କିମର ଲାଭ ଉଠାଇବା ପାଇଁ କୃଷି ବିଭାଗରେ ନାଁ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ଏଥିପାଇଁ ଜରୁରୀ କାଗଜପତ୍ର ଦରକାର ପଡିବ । ଯେଉଁଥିରେ ରେଭେନ୍ୟୁ ରେକର୍ଡରେ ଜମି ମାଲିକ ନାଁ, ସାମାଜିକ ବର୍ଗୀକରଣ,ବ୍ୟାଙ୍କ ଆକାଉଣ୍ଟ ନମ୍ବର,ମୋବାଇଲ୍ ନମ୍ବର ଦେବାକୁ ପଡିବ । ଏଥିପାଇଁ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ । ପ୍ରଥମ ଏବଂ ଦ୍ୱିତୀୟ କିସ୍ତି ପାଇଁ ଆଧାର କାର୍ଡର ଆବଶ୍ୟକତା ରହିଛି ।

କିଭଳି ମିଳିବ ଲାଭ ?

ଏବେ ପର୍ଯ୍ୟନ୍ତ ଲଘୁ ଏବଂ ତଳୁଆ ଶ୍ରେଣୀର ଚାଷୀ ପରିବାର ହିଁ ଏହି ସ୍କିମ୍ ର ଅନ୍ତର୍ଭୁକ୍ତ ଆସୁଛନ୍ତି । ପରିବାରରେ ସ୍ୱାମୀ-ସ୍ତ୍ରୀ ଏବଂ ୧୮ ବର୍ଷରୁ କମ୍ ଛୁଆ ତଥା ନାବାଳିକ ପିଲା ରହିବ ଏବଂ ସାମୂହିକ ରୁପରେ ଏହି ଚାଷୀମାନେ ୨ ହେକ୍ଟରରେ ଜମିରେ ଚାଷ କରୁଥିବା ଦରକାର । ଯେଉଁ ଲୋକମାନେ ୧ ଫେବୃୟାରୀ ୨୦୧୯ ପର୍ଯ୍ୟନ୍ତ ନାଁ ରେଜିଷ୍ଟ୍ରେସନ୍ କରିଛନ୍ତି ଏବଂ ଯାହାଙ୍କ ନାଁ ରେକର୍ଡରେ ମିଳିବ ସେମାନେ ଏହି ଟଙ୍କାର ହକଦାର ହେବେ ।