ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମାକୁ ନେଇ ଗଠିତ ହେଲା ଗୃହ କମିଟି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ କମିଟି ଗଠନ । ଟଙ୍କା କେମିତି ଫେରିବ ସେ ନେଇ କରିବେ ଉଦ୍ୟମ

273

କନକ ବ୍ୟୁରୋ: ୟେସ୍ ବ୍ୟାଙ୍କରେ ପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମା ଟଙ୍କା ନେଇ ଗୃହ କମିଟି ଗଠିତ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ କମିଟି ଗଠିତ ହୋଇଛି । ଏହି କମିଟିରେ ସବୁ ଦଳର ସଦସ୍ୟ ସାମିଲ ଅଛନ୍ତି । କେମିତି ଜଗନ୍ନାଥ ଟଙ୍କା ଫେରିବ ସେ ନେଇ କମିଟି ଉଦ୍ୟମ କରିବ । ଶ୍ରୀମନ୍ଦିର ପାଣ୍ଠି ସଂପର୍କିତ ସ୍ମାରକୀ ପତ୍ର ଦେବେ । କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ସ୍କାରକ ପତ୍ର ଦେବେ ।

ୟେସ୍ ବ୍ୟାଙ୍କରେ ପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମା ପ୍ରସଙ୍ଗରେ ଆଜି ବି ବିଧାନସଭାରେ ତାତି ଦେଖିବାକୁ ମିଳିଥିଲା । ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ରଖାଯିବା ନେଇ ଗୃହ କମିଟି ଗଠନ ଦାବି କରିବା ସହ ଗୃହମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ ବିଜେପି ସଦସ୍ୟ । କଂଗ୍ରେସ ସଭ୍ୟମାନେ ମଧ୍ୟ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ । ତେବେ ଏହିକ୍ରମରେ ଜଗନ୍ନାଥଙ୍କ ଟଙ୍କାକୁ ନେଇ ରାଜନୀତି କରାନଯାଉ ବୋଲି କହିଥିଲେ ବିଜେଡି ନେତା ଅମର ଶତପଥୀ । ଜଗନ୍ନାଥଙ୍କ ଟଙ୍କା ସୁରକ୍ଷିତ ଅଛି କି ନାହିଁ ସେ ନେଇ ଆରବିଆଇ ଗଭର୍ଣ୍ଣର କହିସାରିଲେଣି । ତେଣୁ ତଦନ୍ତର ଆବଶ୍ୟକତା ନାହିଁ ।

ଦକ୍ଷ ପ୍ରଶାସକଙ୍କୁ ନିନ୍ଦିତ କରିବାକୁ ଅପଚେଷ୍ଟା ଚାଲିଛି । କେନ୍ଦ୍ର ସରକାର ଓ ବିଜେପି ସାଂସଦ ଭଲ ଭାବେ ଜାଣିଛନ୍ତି ସ୍ଥିତି କଣ । ଯେଉଁମାନେ ଏପରି ଆର୍ଥିକ ଅଚଳାବସ୍ଥା ସୃଷ୍ଟି କରିଛନ୍ତି , ସେମାନଙ୍କ ଜଗନ୍ନାଥଙ୍କ ଟଙ୍କା ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ଅମର ଶତପଥୀ । ତେବେ ବିରୋଧୀଙ୍କ ହୋହଲ୍ଲାକୁ ଦେଖି ବିଧାନସଭାକୁ କିଛି ସମୟ ପାଇଁ ମୁଲତବୀ ଘୋଷଣା କରିଦେଇଥିଲେ ବାଚସ୍ପତି ।