ଭଙ୍ଗାଯିବ ଫିଲ୍ମ ‘ବାହୁବଳୀ’ର ଚର୍ଚ୍ଚିତ ସେଟ୍ ! ଦର୍ଶକ ହେବେ ନିରାଶ

57

ବକ୍ସ ଅଫିସରେ ଧୁମ ମଚାଇଥିବା ଓ ଦର୍ଶକଙ୍କ ହୃଦୟ ଜିଣିଥିବା ଫିଲ୍ମ ‘ବାହୁବଳୀ ’ ଚଳିତବର୍ଷ ସବୁଠୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ସାଜିଛି । ଯାହା କି ବଦଳେଇଦେଇଛି ହିନ୍ଦି ଫିଲ୍ମର ଇତିହାସ । ଷ୍ଟାରକାଷ୍ଟ ଠାରୁ ନେଇ ଫିଲ୍ମର ଆକର୍ଷଣୀୟ ସେଟ୍ ମନ୍ତ୍ରମୁଗ୍ଧ କରିଦେଇଛି ଦର୍ଶକଙ୍କୁ । ଏଥିପାଇଁ ତ ବାରମ୍ବାର ଏହାକୁ ଦେଖିବାକୁ ସମସ୍ତେ ଇଚ୍ଛା କରୁଛନ୍ତି । ଆଉ ଏହାର ବିଶାଳ ସୁଟିଂ ସେଟକୁ ଦେଖିବାକୁ ଇଚ୍ଛା କରୁଛନ୍ତି । କିନ୍ତୁ ଏବେ ଦର୍ଶକଙ୍କ ପାଇଁ ଦୁଃଖଦ ଖବର । ଏହି ସେଟ ଏବେ ଭାଂଗିବାକୁ ଯାଉଛି ।

ଏସ.ଏସ୍. ରାଜାମୌଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂ ହାଇଦ୍ରାବାଦର ‘ରାମୋଜୀ ଫିଲ୍ମ ସିଟି’ ରେ ହୋଇଥିଲା । ତେବେ ‘ବାହୁବଳୀ’ର ୨ଟି ଭାଗର ସୁଟିଂ ଶେଷ ଓ ମୁକ୍ତିଲାଭ ପରେ ରାମୋଜୀ ଟିମ୍ ମେକର୍ସ ତୁରନ୍ତ ଏକ ଚୁକ୍ତି କରିଥିଲେ । ରାମୋଜୀ ଟିମ୍ ବାହୁବଳୀର ପୁରା ସେଟ୍ କୁ ୫କୋଟି ଟଙ୍କାରେ କିଣିି ନେଇଥିଲେ । ଏହା ପରଠାରୁ ଦର୍ଶକଙ୍କ ନିମନ୍ତେ ବାହୁବଳୀ ସେଟ୍ ଦର୍ଶକଙ୍କ ନିମନ୍ତେ ଟିକଟେ୍ ବ୍ରିକି ଆରମ୍ଭ ହୋଇଥିଲା । ଭାରତର ବିଭିନ୍ନ ପ୍ରାନ୍ତ ସହ ବିଦେଶରୁ ମଧ୍ୟ ଦର୍ଶକ ବାହୁବଳୀ ସେଟ୍ ଦେଖିବାକୁ ଛୁଟି ଆସିଥିଲେ । ୨୦୦୦ ଏକର ବିଶିଷ୍ଟ ରାମୋଜୀ ଫିଲ୍ମ ସିଟିର ୧୫ ଏକର ପରିବ୍ୟାପ୍ତ ଅଂଚଳରେ ବାହୁବଳୀ ଫିଲ୍ମ ସୁଟିଂ ହୋଇଥିଲା । ୫୦୦ ଲୋକଙ୍କ ପରିଶ୍ରମରେ ୫୦ ଦିନରେ ମାହେଷ୍ମତି ରାଜ୍ୟର ସେଟ୍ ତିଆରି କରାଯାଇଥିିଲା ।

ଆନୁମାନିକ ୨୫ କୋଟି ଟଙ୍କା ଏଥିରେ ଖର୍ଚ୍ଚ ହୋଇଥିବାର ପ୍ରକାଶ । ଗତ ସେପ୍ଟେମ୍ବରରୁ ଦର୍ଶକଙ୍କ ଭିଡ ଏହି ବାହୁବଳୀ ସେଟ ଦେଖିବାକୁ ମିଳିଥିଲା । ହେଲେ ଏବେ ଖବର ଅନୁସାରେ , ଏହି ବାହୁବଳୀ ଫିଲ୍ମର ସେଟ ବନ୍ଦ କରାଯିବ । କାରଣ ଏଠାରେ ଆଉ ଏକ ଫିଲ୍ମର ସେଟ୍ ନିର୍ମାଣ କରାଯିବ ବୋଲି ରାମୋଜୀ ଫିଲ୍ମ ସିଟିର ଜଣେ ଗାଇଡ୍ ଦୈନିକ ଭାସ୍କରକୁ କହିଛନ୍ତି ।