ହାର୍ଦ୍ଦିକ ପଟେଲଙ୍କୁ ଝଟକା : ୨୦୧୫ ଗୁଜୁରାଟ ମେହସଣା ଦଙ୍ଗା ମାମଲାରେ ତୁରନ୍ତ ଶୁଣାଣି କରିବାକୁ ମନା କଲେ ସର୍ବୋଚ୍ଚ ଅଦାଲତ

123

କନକ ବ୍ୟୁରୋ : ହାର୍ଦ୍ଦିକ ପଟେଲଙ୍କୁ ଝଟକା । ୨୦୧୫ ଗୁଜୁରାଟ ମେହସଣା ଦଙ୍ଗା ମାମଲାରେ ତୁରନ୍ତ ଶୁଣାଣି କରିବାକୁ ମନା କରିଛନ୍ତି ସର୍ବୋଚ୍ଚ ଅଦାଲତ । କୋର୍ଟ କହିଛନ୍ତି ଏହା ଉପରେ ତକ୍ରାଳ ଶୁଣାଣି କରିବାର କିଛି ଆବଶ୍ୟକତା ନାହିଁ । ଆସନ୍ତା ୪ ତାରିଖରେ ଏହା ଉପରେ ଶୁଣାଣି କରିବାକୁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଅନ୍ୟପଟେ ଏପ୍ରିଲ ୪ ତାରିଖରେ ଜାମନଗର ଲୋକସଭା ଆସନ ପାଇଁ ନାମାଙ୍କନ ଭରିବାର ଶେଷ ତାରିଖ ରହିଛି ।

ଏହା ପୂର୍ବରୁ ଗୁଜୁରାଟ ହାଇକୋର୍ଟ ହାର୍ଦ୍ଦିକଙ୍କ ଦଣ୍ଡାଦେଶ ଆବେଦନକୁ ରବ୍ଦ କରିଦେଇଥିଲେ । ପିପୁଲ୍ସ ରିପ୍ରେଜେଂଟେଟିଭ ଆକ୍ଟ ୧୯୫୧ ଅନୁଯାୟୀ ଦଣ୍ଡାଦେଶ କାରଣରୁ ହାର୍ଦ୍ଦିକ ୨୦୧୯ ଲୋକସଭା ନିର୍ବାଚନ ଲଢିପାରିବେ ନାହିଁ । ଗତ ମାର୍ଚ୍ଚ ୧୨ ତାରିଖରେ କଂଗ୍ରେସ ହାତ ଧରିଥିଲେ ହାର୍ଦ୍ଦିକ । ଏବଂ ଜାମନଗରରୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ।

ସୂଚନାଯୋଗ୍ୟ ୨୦୧୫ ମସିହାରେ ପଟିଦାର ଆନ୍ଦୋଳନ ସମୟରେ ଦଙ୍ଗା ସୃଷ୍ଟି କରିବା ଅଭିଯୋଗରେ ମେହଶାଣା ସେସନ କୋର୍ଟ ହାର୍ଦ୍ଦିକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏବଂ ୨ବର୍ଷର ସଜା ଶୁଣାଇଥିଲେ । କୋର୍ଟ ୧୭ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ୧୪ ଜଣ ଲୋକ ମୁକୁଳି ଯାଇଥିଲେ ।