ମୃଦୁ ପାନୀୟରେ ସୀସା ! ୨ଟି କଂପାନୀର ୫ଟି ଥଣ୍ଡା ପାନୀୟର ନମୁନା ସଂଗ୍ରହ କଲା ସ୍ୱାସ୍ଥ୍ୟ ବିଭାଗ

93

କନକ ବ୍ୟୁରୋ : ମୃଦୁ ପାନୀୟରେ ରହିଛି ସୀସା ଓ ଅନ୍ୟାନ୍ୟ ମାରାତ୍ମକ ଧାତବ ପଦାର୍ଥ  । ଏହି କଥା ପଦାକୁ ଆସିବାପରେ ଓଡିଶା ସ୍ୱାସ୍ଥ୍ୟ ବିଭାଗ ଏବେ ତତ୍ପର । ବହୁଦେଶୀୟ କମ୍ପାନୀ ପେପସି, କୋକାକୋଲା ଭଳି ୫ଟି ଭିନ୍ନ ଭିନ୍ନ ମୃଦୁ ପାନୀୟର ନମୁନା ପରୀକ୍ଷାରୁ ସୀସା, କାଡମିୟମ ଓ କ୍ରୋମିୟମ ଭଳି ମାରାତ୍ମକ ଧାତବ ପଦାର୍ଥ ରହିଥିବା ଜଣାପଡିଛି । ନମୂନା ପରୀକ୍ଷାରୁ ଏହି କଥା ସ୍ପଷ୍ଟ ହୋଇଛି ।

କୋଲକତାର ନ୍ୟାସନାଲ ଟେଷ୍ଟ ହାଉସ୍ -ଏନଟିଏଚରେ ଏହି ପରୀକ୍ଷା କରାଯାଇଥିଲା । ଉକ୍ତ ନମୁନା ପରୀକ୍ଷାରୁ ଏହି ତଥ୍ୟ ପଦାକୁ ଆସିଛି ବୋଲି ସ୍ୱାସ୍ଥରାଷ୍ଟ୍ର ମନ୍ତ୍ରୀ ଫଗନ ସିଂ କୁଲସ୍ତେ ସୂଚନା ଦେଇଛନ୍ତି । ଏହି ଖବର ଆସିବା ପରେ ଓଡିଶାରେ ତତ୍ପରତା ଦେଖାଦେଇଛି । ଆଜି ଭୁବନେଶ୍ୱର ବିଭିନ୍ନ ଦେକାନରୁ ମୂଦୁପାନୀୟ ସ୍ପ୍ରାଇଟ, ମାଉଟେଂନ ଡିଉ, ସେଭେନ ଅପ, ପେପସି ଓ କୋକାକୋଲାର ନମୁନାକୁ ସଂଗ୍ରହ କରିଛି ସ୍ୱାସ୍ଥ୍ୟ ବିଭାଗ । ଆଉ ସେସବୁ ପରିକ୍ଷା ଲାଗି ପରୀକ୍ଷାଗାରକୁ ପଠାଯାଇଛି । ରିର୍ପୋଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟବିଭାଗ କହିଛି ।