ସ୍ୱେଚ୍ଛାରେ ଦେବେ ସେବାକର ! ନୂଆବର୍ଷରେ ଶସ୍ତା ହେଲା ରେଷ୍ଟୁରାଂଟରେ ଖାଇବା

28

କନକ ବ୍ୟୁରୋ : ନୂଆ ବର୍ଷରେ ରେଷ୍ଟୁରାଂଟରେ ଖାଇବା ଶସ୍ତା ହେଲା । ରେଷ୍ଟୁରାଂଟମାନେ ଏଣିକି ଗାହକଙ୍କଠାରୁ ବାଧ୍ୟତାମୂଳକ ଭାବେ ନେଇ ପାରିବେନି ସେବା କର । ଗ୍ରାହକମାନେ ନିଜ ଇଛା ଅନୁସାରେ ଦେବେ ଏହି କର । ଆଜି ଏନେଇ କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇ ରାଜ୍ୟ ସରକାରମାନଙ୍କୁ ସୂଚନା ଦିଆଯାଇଛି । ଲୋକଙ୍କ ଜାଣିବା ପାଇଁ  ବିଭିନ୍ନ ଜନଗହଳି ଓ ମୁଖ୍ୟ ବ୍ୟବସାୟ ସ୍ଥଳି ମାନଙ୍କରେ ଏହି ସୂଚନାକୁ ଡିସପ୍ଲେ କରିବା ପାଇଁ ରାଜ୍ୟମାନଙ୍କୁ କୁହାଯାଇଛି ।

ସେବା କର ଆକାରରେ ଟିପ୍ସ ନାଁରେ ୫ରୁ ୨୦ପ୍ରତିଶତ ଯାଏ ହୋଟେଲ ଓ ରେଷ୍ଟୁରାଂଟମାନେ ଗ୍ରାହକମାନଙ୍କଠାରୁ ବିଲ୍ ନେଉଛନ୍ତି । ଏହି କର ଆଦାୟକୁ  ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ସର୍ବଭାରତୀୟ ହୋଟେଲ ଆସୋସିଏସନକୁ ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଥିଲା ଖାଉଟି କଲ୍ୟାଣ ବିଭାଗ  । ସେବା କର ଦେବା ଗ୍ରାହକଙ୍କ ଉପରେ ନିର୍ଭର କଲେ ବୋଲି ଆସୋସିଏସନ ପକ୍ଷରୁ କୁହାଯିବା ପରେ ଏହି ନିଷ୍ପତି ନେଇଛନ୍ତି ସରକାର । ଖାଉଟି ସୁରକ୍ଷା ଆଇନ୍ ୧୯୮୬ ଆଧାରରେ ଏହି ନିଷ୍ପତି ନେଇଛି ଖାଉଟି କଲ୍ୟାଣ ବିଭାଗ ।

ଦେଖନ୍ତୁ ଏହି ଭିଡିଓ :