ସନ୍ତୁଷ୍ଟ ହେଲେ ସର୍ଭିସ୍ ଚାର୍ଜ ! ହୋଟେଲ୍ ଓ ରେଷ୍ଟୁରାଂଟରେ ବାଧ୍ୟତା ମୂଳକ ନୁହେଁ ସେବା କର

56

କନକ ବ୍ୟୁରୋ : ଆପଣଙ୍କ ଇଚ୍ଛା ହେଲେ ଦେବେ ସର୍ଭିସ୍ ଚାର୍ଜ । ରେଷ୍ଟୁରାଂଟ କିମ୍ବା ହୋଟେଲରେ ଖାଇଲା ପରେ ଯେଉଁ ସର୍ଭିସ୍ ଚାର୍ଜ ଦେଉଛନ୍ତି ତାହା ଏଣିକି ଆଉ ବାଧ୍ୟତାମୂଳକ ନୁହେଁ । ଏନେଇ ପ୍ରସ୍ତୁତ ହୋଇଥିବା ନିୟମାବଳୀ ଉପରେ ଲାଗିଛି ସରକାରୀ ମୋହର । ଏ ସଂକ୍ରାନ୍ତୀୟ ନିୟମାବଳୀକୁ ଖୁବ୍ ଶୀଘ୍ର ରାଜ୍ୟଗୁଡ଼ିକ ନିକଟକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଓ ଖାଉଟି ବ୍ୟାପର ମନ୍ତ୍ରୀ ରାମବିଲାସ ପାଶୱାନ ।

କୌଣସି ହୋଟେଲ ବା ରେଷ୍ଟୁରାଂଟ ଗ୍ରାହକଙ୍କୁ ସର୍ଭିସ୍ ଚାର୍ଜ ନେଇ ବାଧ୍ୟ କରିପାରିବେ ନାହିଁ । ଯଦି ବାଧ୍ୟ କରୁଛନ୍ତି ତେବେ ଗ୍ରାହକମାନେ ଏନେଇ କଂଜୁମର କୋର୍ଟରେ ଅଭିଯୋଗ ଦାଖଲ କରି ପାରିବେ । ଏମିତିକି ସର୍ଭିସ୍ ଚାର୍ଜର ପରିମାଣ କେତେ ରହିବ ସେ ନେଇ କୌଣସି ନିଷ୍ପତି ନେଇ ପାରିବେ ନାହିଁ ହୋଟେଲ ଏବଂ ରେଷ୍ଟୁରାଂଟ ମାଲିକ । ନିୟମାବଳି ଅନୁସାରେ ବିଲ୍ ଦେଲା ବେଳକୁ ସର୍ଭିସ ଚାର୍ଜ ସ୍ଥାନଟି ଖାଲି ରହିବ । ଯେଉଁ ସ୍ଥାନଟି ଗ୍ରାହକ ନିଜ ଇଚ୍ଛା ଅନୁସାରେ ପୁରଣ କରିବା ସହ ଚୁଡାନ୍ତ ବିଲ ପୈଠ କରିବ ।