ତାଳଚେର ହାଣ୍ଡିଧୁଆ ଛକ ନିକଟରେ ସିରିଜ ଦୁର୍ଘଟଣା : ବେପରୁଆ ଗାଡି ଚାଳନା ଯୋଗୁଁ ୫ ଜଣଙ୍କୁ ଧକ୍କା ଦେଲା ମହିନ୍ଦ୍ରା କାର

35

କନକ ବ୍ୟୁରୋ : ତାଳଚେର ହାଣ୍ଡିଧୁଆ ଛକ ନିକଟରେ ସିରିଜ ଦୁର୍ଘଟଣା । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏକ ମହିନ୍ଦ୍ରା କାର ଏକାଥରେ ୫ ଜଣଙ୍କୁ ଧକ୍କା ଦେଇଛି । ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ବିଗିଡିବାରୁ ୨ ଜଣଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛ ି । ଏହାସହ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକେ କାବୁ କରିନେଇଛନ୍ତି ।