ପୁଲିସ ହାତରେ ଧରାପଡିଲା ସିରିଅଲ କିଲର, ଗଙ୍ଗାରେ ବୁଡ ପକାଇ ପାପ ଧୋଇବା ପାଇଁ ପହଂଚିଥିଲା କୁମ୍ଭ ମେଳା

153

ପ୍ରୟାଗରାଜରେ କୁମ୍ଭ ମେଳା ଚାଲୁଛି । ଯେଉଁଠି ସାରା ଦୁନିଆର ଲୋକ ଗଙ୍ଗାରେ ବୁଡ ପକାଇ ପାପ ଧୋଇବାକୁ ପହଂଚୁଛନ୍ତି । କିନ୍ତୁ ପ୍ରୟାଗରାଜରେ ଏମିତି ଜଣେ ବ୍ୟକ୍ତି ପାପ ଧୋଇବା ପାଇଁ ପହଂଚିଲେ, ଯାହାକୁ ପୁଲିସ ଖୋଜୁଥିଲା । କଲୁଆ ପଟେଲ ଓରଫ ସାଇ ବାବା ନାମକ ସିରିଅଲ କିଲର କୁମ୍ଭ ମେଳାରେ ପାପ ଧୋଇବାକୁ ପହଂଚିଥିଲା । ପୁଲିସ ହାତରେ ଧରାପଡିଲା । ସେ ତାର ଅପରାଧ ସ୍ୱୀକାର କରି କହିଲା, ଗତ ବର୍ଷ ସେ ୧୦ଜଣ ଲୋକଙ୍କ ମର୍ଡର କରିଥିଲା । ଉତ୍ତର ପ୍ରଦେଶର ଲାଲାପୁରରେ ସେ ଲୋକଙ୍କୁ ମାରିଦେଇଥିଲା । ଯେଉଁଥିରେ ଅଧିକ ଲୋକ ମଜୁରିଆ ଥିଲେ । ସେ ଏଥିପାଇଁ ମାରିଥିଲା କାହିଁକିନା ସେମାନେ ତାର ଥଟ୍ଟା ମଜା କରିଥିଲେ ।

ପୁଲିସର କହିବାନୁସାରେ, ତାର ମାନସିକ ସନ୍ତୁଳନ ଠିକ୍ ନାହିଁ । ପୁଲିସ୍ ଏବେ ବି ତାକୁ ପଚରାଉଚୁରା କରୁଛି । ସେ କହିଲା କି ଲୋକଙ୍କୁ ରାତିରେ ମାରୁଥିଲେ । କାହିଁକିନା ରାତି ଶୁନଶାନରେ ମାରି ପଳାଇଯାଉଥିଲା ଆଉ ତାକୁ କେହି ଦେଖିପାରୁନଥିଲେ ।

Comments are closed.