ଭାରତ ପାକିସ୍ଥାନ ଉପରେ କରିଥିବା ସର୍ଜିକାଲ ଷ୍ଟ୍ରାଇକର ଆସିଲା ପ୍ରଥମ ଭିଡିଓ ! ଯାହାକୁ ନେଇ ଜୋର ଧରୁଛି ଚର୍ଚ୍ଚା ।

41

କନକ ବ୍ୟୁରୋ: ପ୍ରାୟ ୨ ବର୍ଷ ପରେ ଭାରତ ପାକିସ୍ଥାନ ଉପରେ କରିଥିବା ସର୍ଜିକାଲ ଷ୍ଟ୍ରାଇକର ଭିଡିଓ ଏବେ ଦେଖିବାକୁ ମିଳିଛି । ଏହି ସର୍ଜିକାଲ ଷ୍ଟ୍ରାଇକରେ ଭାରତର ବାହାଦୁର ଯବାନମାନେ ପାକିସ୍ଥାନ ଅଧିକୃତ କାଶ୍ମୀରରେ ପହଞ୍ଚି ଆତଙ୍କବାଦୀକୁ ମାରିଥିଲେ । ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି କିପରି ଭାବରେ ଯବାନମାନେ ସେଠାରେ ପହଞ୍ଚି ବିନା କୌଣସି ବାଧାରେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଥିଲେ ।

ଯବାନମାନେ ଛୋଟ ମିସାଇଲ, ଗୁଳିଗୋଳା ଆଦିରେ ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେଇଥିଲେ । ଉରିରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବା ଲାଗି ଏହି ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯାଇଥିବା ସେନା ପକ୍ଷରୁ କୁହାଯାଇଥିଲା । ୨୦୧୬ ମସିହା ୨୯ ଡିସେମ୍ବରରେ ପାକିସ୍ଥାନ ପକ୍ଷରୁ ଯେଉଁ ଆକ୍ରମଣ କରାଯାଇଥିଲା ତାହାର ପ୍ରତି ଉତ୍ତରରେ ଠିକ ୧୧ ଦିନ ପରେ ଭାରତ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା । ତେବେ ବାରମ୍ବାର ଅସ୍ତ୍ରବିରତି ଉଲଘଂନ କରୁଥିବାରୁ ଏପରି ପନ୍ଥା ଭାରତ ଆପଣାଇଥିଲା ।

ଭାରତୀୟ ଡିଜିଏମଓ ଏହାର ଖୁଲାସା କରିଛନ୍ତି
ସର୍ଜିକାଲ ଷ୍ଟ୍ରାଇକ ପରେ ଭାରତର ତକ୍ରାଳୀନ ଡିଜିଏମଓ ଲେଫଣ୍ଟାଟ ରଣବୀର ସିଂ କହିଛନ୍ତି ଯେ, ପାକିସ୍ଥାନ ପକ୍ଷରୁ ଡିସେମ୍ବର ୨୮ ଓ ୨୯ ତାରିଖ ଦିନ ଭାରତୀୟ ସୀମାରେ ପ୍ରବଳ ଗୁଳିମାଡ ହୋଇଥିଲା । ପରେ ଆମର ୧୯ ଯବାନ ମଧ୍ୟ ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହୋଇଥିଲେ । ତେଣୁ ସେମାନଙ୍କୁ ଉଚିତ ଯବାବ ଦେବା ଲାଗି ଆମେ ମାନେ ସର୍ଜିକାଲ ଷ୍ଟ୍ରାଇକ କରିବା ଲାଗି ପ୍ଲାନ କରିଥିଲୁ । ପାଖାପାଖି ୮ ଟି ଟିମରେ ୧୫୦ କମାଣ୍ଡୋଙ୍କୁ ଏଥିରେ ସାମିଲ କରାଯାଇଥିଲା । କିନ୍ତୁ ଏହି ସର୍ଜିକାଲ ଷ୍ଟ୍ରାଇକକୁ ପାକିସ୍ଥାନ ଖଣ୍ଡନ କରି କହିଥିଲା ଭାରତ ନିଜ ସୀମାରେ ରହି ପାକିସ୍ଥାନ ଉପରକୁ ଆଖିବୁଜା ଗୁଳିମାଡ କରିଛି । ଯେଉଁଥିରେ ପାକିସ୍ଥାନର ୨ ଜଣ ଯବାନ ଶହୀଦ ହୋଇଛନ୍ତି । ପାକିସ୍ଥାନର ତକ୍ରାଳୀନ ପ୍ରଧାନମନ୍ତ୍ରୀ ନଓାଜ ସରୀଫ ଏହାକୁ ତୀବ୍ର ନିନ୍ଦା ମଧ୍ୟ କରିଥିଲେ ।

ଭାରତୀୟ ସେନାର ଏହି ପହକ୍ଷେପକୁ ବିରୋଧୀ ଦଳମାନେ ସମର୍ଥନ କରିଥିବା ବେଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏହାର ପ୍ରମାଣ ମାଗିଥିଲେ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଏହାକୁ ପ୍ରଶଂସା କରି ସରକାରଙ୍କ ସହ ଏହି ମାମଲାରେ କଂଗ୍ରେସ ରହିବ ବୋଲି ଗଣମାଧ୍ୟମକୁ କହିଥିଲେ ।

୨୦୧୬ ମସିହା ଡିସେମ୍ବର ୨୮-୨୯ ତାରିଖରେ ସର୍ଜିକାଲ ଷ୍ଟ୍ରାଇକ କରିବା ଲାଗି ସେନା ଚିନ୍ତା କରିଥିଲା । ଏଥିଲାଗି ବଛାବଛା ଯବାନମାନଙ୍କୁ ମଧ୍ୟ ପ୍ରସ୍ତୁତି କରାଯାଇଥିଲା । ଶତ୍ର୍ରୁଙ୍କ ନଜରରୁ ନିଜକୁ ବଞ୍ଚାଇ ସେମାନଙ୍କୁ ଉଚିତ ଜବାବ ଦେଇ ପୁନଃ ନିଜ ଦେଶକୁ ଫେରି ଆସିବାର ଦୁଃସାହସିକତା ଏତେ ବି ସହଜ ନଥିଲା । କିନ୍ତୁ ଭାରତର ବୀର ଯବାନମାନେ ଉରି ଆକ୍ରମଣର ଉଚିତ ଜବାବ ଦେଇ ଭାରତରେ ସୁରକ୍ଷିତ ଭାବରେ ପହଞ୍ଚିିଥିଲେ । ତେଣୁ ଏଥିଲାଗି ସେନାକୁ ରାଜନେତା ତଥା ସର୍ବସାଧାରଣ ସ୍ଥରରେ ଭୁରି ଭୁରି ପ୍ରଶଂସା କରାଯାଇଥିଲା ।