କମୁଛି ଜନସଂଖ୍ୟା ! ଜନତାଙ୍କୁ ସରକାରଙ୍କ ଅପିଲ, ‘ଡେରି ନକରି ଶୀଘ୍ର ପିଲା ଜନ୍ମ କର’

407

ଆମ ଦେଶ ଭାରତରେ ଦୃତ ଗତିରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସରକାର ଲୋକଙ୍କୁ ସଚେତନ କରିବା ସହ ଅନେକ ନିୟମ ମଧ୍ୟ ପ୍ରଣୟନ କରିଛନ୍ତି । ତଥାପି ଲୋକେ ସଚେତନ ହେଉନାହାନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏପରି ଏକ ଦେଶ ଅଛି, ଯେଉଁଠି ଜନସଂଖ୍ୟା ବଢ଼ୁନଥିବା ଯୋଗୁଁ ସରକାର ଚିନ୍ତାରେ ଅଛନ୍ତି । ଉକ୍ତ ଦେଶର ନାମ ହେଲା ସର୍ବିଆ । ଏହି ଦେଶରେ ଜନସଂଖ୍ୟା ଏବେ ୭୦ ଲକ୍ଷ । ଜନସଂଖ୍ୟା ବଢ଼ାଇବା ପାଇଁ ସରକାର ଲଗାତାର ପ୍ରୟାସ ଚାଲିଛି ।

ନିକଟରେ ସର୍ବିଆରେ ଜନସଂଖ୍ୟା ବୃଦ୍ଧି କରାଇବା ପାଇଁ ନୂଆ ନାରା ଆରମ୍ଭ ହୋଇଛି । ଡେରି କରନ୍ତି, ଶୀଘ୍ର ପିଲା ଜନ୍ମ କର । ଆଉ ଏକ ନାରା ହେଲା, ଚାଲ ପିଲାଙ୍କ କଳକାରୀ ଶୁଣିବା । ଅନ୍ୟପଟେ ମହିଳାଙ୍କ କହିବା ଅନୁସାରେ ତାଙ୍କୁ ପିଲା ଜନ୍ମ କରିବା ପାଇଁ ଅଧିକ ସହଯୋଗ ଦରକାର । ଏଥିପାଇଁ ପ୍ରେରଣାଦାୟକ ଶବ୍ଦ ଯଥେଷ୍ଟ ନୁହେଁ ।

ସୂଚନା ଅନୁସାରେ ସର୍ବିଆରେ ଅନେକ ଲୋକ ଦେଶ ଛାଡ଼ି ପଳାୟନ କରୁଛନ୍ତି । ଏଥିସହ ଜନ୍ମହାର  କମିବାରେ ଲାଗିଛି । ଦେଶର ସମସ୍ତ ପରିବାରରେ ପ୍ରତି ୩ଟି ପରିବାରେ ୩ଟି ପିଲା ଅଛନ୍ତି । ଯାହା ୟୁରୋପରେ ସବୁଠାରୁ କମ୍ ।  ଆଉ ଏଥିଯୋଗୁଁ ଜନସଂଖ୍ୟା କମି ୭୦ ଲକ୍ଷ ଲୋକରୋ ପହଞ୍ଚିଯାଇଛନ୍ତି । ସଂଯୁକ୍ତ ରାଷ୍ଟ୍ରର ଅନୁମାନ ୨୦୫୦ ପର୍ଯ୍ୟନ୍ତ ସର୍ବିଆର ଜନସଂଖଢ଼୍ୟା ୧୫ ପ୍ରତିଶତ କମ ହୋଇପାରେ ।

Comments are closed.