ରାସ୍ତାରେ ମ୍ୟାନହୋଲ ନେଇ ସୂଚନା ଦେବ ସେନସର ! ଡ୍ରେନେଜ ଓ କୃତ୍ରିମ ବନ୍ୟା ନେଇ ମିଳିବ ତଥ୍ୟ । ଟ୍ରିପଲଆଇଟି ଛାତ୍ରଙ୍କ ଉଦ୍ଭାବନ

61

ଛାତ୍ରଛାତ୍ରୀଙ୍କୁ ଜୀବନର ଲକ୍ଷ୍ୟ କଣ ପଚାରିଲେ, ଇଂଜିନିୟର, ଡାକ୍ତର ଓ ବୈଜ୍ଞାନିକ ହେବାକୁ କହିଥାନ୍ତି । କିନ୍ତୁ ସମାଜସେବା କାହାରି ପାଟିରୁ ବାହାରି ନଥାଏ । ତଥାପି କିଛି ଛାତ୍ରଛାତ୍ରୀ ଥାଆନ୍ତି ଯେଉଁମାନେ ନିଜ କ୍ୟାରିୟର ସହ ଗ୍ରହଣ କରୁଥିବା ଜ୍ଞାନ ମାଧ୍ୟମରେ ସମାଜସେବା କରିବାକୁ ପଛାଇନଥାନ୍ତି । ଏଭଳି ଏକ ପ୍ରଶଂସନୀୟ ଉଦ୍ୟମ କରି ସମସ୍ତଙ୍କ ନଜରକୁ ଆସିଛନ୍ତି ଇଂଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇନଫର୍ମେସନ ଟେକ୍ନୋଲୋଜିର ଛାତ୍ର । ନିଜେ ପଢିବା ସହ ଆହରଣ କରୁଥିବା ଜ୍ଞାନକୁ କାମରେ ଲଦଗାଇ ସଫଳତା ପାଇଛନ୍ତି ।

ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧି ଓ ମେସିନର ପ୍ରୟୋଗ କରି ଟ୍ରିପଲଆଇଟି ହାଇଦ୍ରାବାଦର କିଛି ଛାତ୍ର ଓ ଗବେଶକ ହାଇଦ୍ରାବାଦ ନିଜ ସହରର ରାସ୍ତାରେ ଥିବା ଗାତ ସମସ୍ୟାକୁ ସମାଧାନ କରିବାକୁ ସକ୍ଷମ ହୋଇଛନ୍ତି । ବର୍ଷାଦିନେ ସହରର ସମସ୍ୟା ଅଧିକ ବଢିଯାଇଥିଲା । ରାସ୍ତାରେ ଗାତ ସୃଷ୍ଟିହେବା, ଡ୍ରେନଜ ସମସ୍ୟା, କୃତ୍ରିମ ବନ୍ୟା ଏଭଳି ଏନେକ ସମସ୍ୟାରେ ଅତିଷ୍ଠ ହୋଇପଡିଥିଲେ ସହରବାସୀ । ଏସବୁ ସମସ୍ୟା ସରକାରଙ୍କ ନିଦ ହଜାଇଦେଇଥିଲା । ବର୍ଷାଦିନର ଏହି ସମସ୍ୟାକୁ ସମପ୍ତ କରିବା ପାଇଁ ଆଇଆଇଆଇଟି ହାଇଦ୍ରାବାଦ ଏହା ଉପରେ ପ୍ରୋଜେକ୍ଟ ଆରମ୍ଭ କରିଥିଲେ ଯେଉଁଠାରେ କୃତ୍ରିମ ଉପାୟରେ ରାସ୍ତାର ଅବସ୍ଥା ଓ ସ୍ଥିତି ଜାଣିବା ସହ ରାସ୍ତାର ସମସ୍ତ ବିଷୟ ଆକଳନ କରିହେବ ।

ସହରର ଗାଚିବୋଲି ଅଂଚଳରେ ରାସ୍ତାର ସ୍ଥିତି ଜାଣିବା ପାଇଁ ସଂପୃକ୍ତ ଟିମ ଗୋଟିଏ କାରର ପଛ ଭାଗରେ କ୍ୟାମେରା ଓ ଆର୍ଟିଫିସିଆଲ ଇଂଟେଲିଜେନସ ବ୍ୟବହାର କରି ଛାଡିଛନ୍ତି । ଯାହା ରାସ୍ତାର ଅବସ୍ଥା ବିଷୟରେ ସଂପୂର୍ଣ୍ଣ ଭାବେ ଅବଗତ କରାଇବ । ଏ ପ୍ରକଳ୍ପ ବିଷୟରେ ସରକାରଙ୍କୁ ଖୁବଶୀଘ ଜଣାଯିବ ବୋଲି ଆଇଆଇଆଇଟି ହାଇଦ୍ରାବାଦର ନିର୍ଦ୍ଦେଶକ ପ୍ରଫେସର ପି.ଜେ. ନାରାୟଣ କହିଛନ୍ତି । ଟ୍ରିପଲଆଇଟି ହାଇଦ୍ରାବାଦ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଟେକ୍ନୋଲୋଜି ବ୍ୟବହାର କରି ଚାଳକ ବିହୀନ କାର ନିର୍ମାଣ କରୁଛନ୍ତି । ବିଶ୍ୱବିଦ୍ୟାଳୟ ଛାତ୍ର ଓ ଗବେଶକଙ୍କ ଦ୍ୱାରା କରାଯାଇଥିବା ଏହି ପ୍ରକଳ୍ପକୁ ସମସ୍ତେ ପ୍ରଂଶସା କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ସହରର ରାସ୍ତାରେ ହେଉଥିବା ଗାତ, ଡ୍ରେନଜ ସମସ୍ୟା ଓ କୃତ୍ରିମ ବନ୍ୟା ଭଳି ସମସ୍ୟାକୁ ଦୂର କରିବାକୁ ସକ୍ଷମ ହେବ ବୋଲି ଜଣାପଡିଛି ।

ସୌଜନ: ୟୋରଷ୍ଟୋରୀ