ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ପ୍ରତିଶୃତି ପରେ ସେୟାର ବଜାରରେ ବୃଦ୍ଧି : ସେନସେକ୍ସ ୨୭ ହଜାର ପଏଣ୍ଟ୍ ପାର , ନିଫଟିରେ ବି ବୃଦ୍ଧି

998

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ପ୍ୟାକେଜ ଘୋଷଣା ପାଇଁ ପ୍ରତିଶୃତି ଦେବା ପରେ ସେୟାର ବଜାରରେ ଆଜି ସାମାନ୍ୟ ବୃଦ୍ଧି ଦେଖାଦେଇଛି । ଏଥିଯୋଗୁଁ କରୋନା ପାଇଁ ୨୧ ଦିନର ଲକଡାଉନ ସତ୍ୱେ କାରବାର ଆରମ୍ଭରେ ସେନସେକ୍ସ ୪ ଶହ ପଂଏଟ ବୃଦ୍ଧି ପାଇଛି । ସେହିଭଳି ନିଫଟି ବି ୨ ଶହ ପଂଏଟ ବଢି ୮ ହଜାର ଅତିକ୍ରମ କରିଥିଲା । କିନ୍ତୁ ପରେ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଥିଲା । ଗତକାଲି ସେୟାର ବଜାରରେ ଲୋୟର ସର୍କିଟ ଦେଖିବାକୁ ମିଳିଥିଲା । ଫଳରେ କାରବାରକୁ ୪୫ ମିନିଟ ଯାଏଁ ବନ୍ଦ ରଖିବାକୁ ପଡିଥିଲା । କରୋନା କାରଣରୁ ଶିଳ୍ପ ଜଗତ ଉପରେ ପଡୁଥିବା ପ୍ରଭାବ ଓ ସମ୍ଭାବ୍ୟ ମାନ୍ଦାବାସ୍ଥାକୁ ଲକ୍ଷ୍ୟରେ ରଖି କେନ୍ଦ୍ରମନ୍ତ୍ରୀ ପ୍ୟାକେଜ ଘୋଷଣା କରାଯିବ ବୋଲି କହିଥିଲେ ।