ଲ’ ସଂସ୍କାର ନେଇ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜାଙ୍କୁ କ୍ୟାପିଟାଲ୍ ଫାଉଣ୍ଡେସନ୍ ନ୍ୟାସନାଲ ଆୱାର୍ଡ

18

କନକ ବ୍ୟୁରୋ : ଲ’ ସଂସ୍କାର ନେଇ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ଆଇନଜୀବୀ ତଥା ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ସଭାପତି ଅଶୋକ କୁମାର ପରିଜାଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ନ୍ୟାସନାଲ ଆୱାର୍ଡ ପ୍ରଦାନ କରାଯାଇଛି । ଦିଲ୍ଲୀରେ ଅନୁଷ୍ଠିତ କ୍ୟାପିଟାଲ ଫାଉଣ୍ଡେସନ ଲେକଚର୍-୨୦୧୭ ଅବସରରେ ଅଶୋକ କୁମାର ପରିଜାଙ୍କୁ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ସମ୍ମାନଜନକ ଆୱାର୍ଡ ପ୍ରଦାନ କରିଛନ୍ତି ।

ଏହି ଉତ୍ସବରେ ଜଷ୍ଟିସ ଏ କେ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ଆଇନଜୀବୀ ଉପସ୍ଥିତ ଥିଲେ । ଅଶୋକ କୁମାର ପରିଜା ଏବେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ସଭାପତି ଅଛନ୍ତି । ବାର କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଥିବା ବେଳେ ଲ’ ସଂସ୍କାର ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ । ଯୁବ ଆଇନଜୀବୀଙ୍କ ଦକ୍ଷତା ବିକାଶ ନେଇ ମଧ୍ୟ ସେ ଅନେକ କାର୍ଯ୍ୟକ୍ରମ କରିଛନ୍ତି ।