ବାଣ ଛାଡିବାକୁ ଦାମ ତୟାର୍, ହେଲେ ବାରୁଦ ଭରିବ କିଏ ?

ଦୀପାବଳୀରେ ନୂଆ ରାଜନୈତିକ ଦଳର ହାବେଳି ଛାଡିଥିବା ଦାମ ବାବୁଙ୍କ ବାଣ କେତେ ଉଚ୍ଚକୁ ଉଠିବ ? ବାରୁଦ ଭରିବାକୁ ସମର୍ଥ ହେବେ ତ ରାଜନୀତିର ଏହି ପୋଖତ ଖେଳାଳି ?

586

କନକ ବୁରୋ: ଦୀର୍ଘ ୧୮ ବର୍ଷ ଧରି ଓଡ଼ିଶାରେ ଗଡ଼ କରିଥିବା ବିଜେଡ଼ି ଦଳକୁ ଟକ୍କର ଦେବେ ବହିଷ୍କୃତ ବିଜେଡି ବିଧାୟକ ଦାମଦୋର ରାଉତ  । ଆଉ ଦଳରୁ ବିଦା ହେବା ପରେ ଅନେକ ସମୟରେ ମନ୍ତବ୍ୟ ରଖୁଛନ୍ତି ଯେ ବିଜୁ ପଟ୍ଟନାୟକଙ୍କ ନାଁରେ ଗଢ଼ିବେ ନୂଆ ଦଳ । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । କାରଣ ନଭେମ୍ବର ଶେଷ ସୁଦ୍ଧା ଓଡ଼ିଶାରେ ଉଭାନ ହେବ ଆଉ ଏକ ଆଞ୍ଚଳିକ ନୂଆ ରାଜନୈତିକ ଦଳ  । ଏହାର କମାଣ୍ଡର ଦାୟିତ୍ୱରେ ବସି ପାରନ୍ତି ଖୋଦ ପାରାଦୀପ ବିଧାୟକ ଦାମ ରାଉତ ବୋଲି ଖଟିରେ ଚର୍ଚ୍ଚା ଜୋରଧରିଛି ।

ସବୁଠାରୁ ବଡ଼କଥା ହେଲା ଦୁର୍ନୀତି ଓ ଭ୍ରଷ୍ଟାଚାରର ପ୍ରତିରୋଧ କରିବା ପାଇଁ ଏହି ଦଳ ଗଢ଼ା ହେବ ବୋଲି ପାରାଦୀପ ବିଧାୟକ ଦାମଦୋର ରାଉତ । ତେବେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏନେଇ ରୁଦ୍ଧ ଦ୍ୱାର ବୈଠକ କରିବେ ଦାମ ରାଉତ । ବୈଠକ ପରେ ଆସନ୍ତା ୧୨ ତାରିଖ ମଧ୍ୟରେ ଦଳ ବାବଦରେ ସ୍ପଷ୍ଟ ସୂଚନା ଦେବେ ଦାମ ବାବୁ । ତେବେ ଦାମ ବାବୁଙ୍କ ନୂଆ ଦଳର ନେତାମାନେ କିଏ ହେବେ ଏବଂ କାହାକୁ ନେଇ ଦାମ ନୂଆ ଦଳ ଗଢ଼ିବାକୁ ଯାଉଛନ୍ତି ତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଉଷ୍ମତା ଦେଖାଦେଇଛି । ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ନବୀନ ବାବୁଙ୍କ ପିତା ତଥା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାଁରେ ଦଳ ଗଢ଼ିବେ ଦାମ । ଏବଂ ଯାହା ଆକଳନ କରାଯାଉଛି ବିଜୁଙ୍କ ଆନୁଗତ୍ୟମାନେ ହିଁ ଏହି ଦଳର ଭାର ସମ୍ଭାଳିବେ । କାରଣ ବିଜୁବାବୁଙ୍କ ନାଁ ବ୍ୟବହାର କରି କିଛି ଦଳ ସମ୍ପତ୍ତି ଠୁଳ କରୁଛନ୍ତି ଓ ରାଜ୍ୟର ସ୍ୱାର୍ଥ ବିରୋଧରେ ଯାଉଛନ୍ତି ବୋଲି କହି ଇସାରାରେ ବିଜେଡ଼ିକୁ ଟାର୍ଗେଟ ନିଶାନା କରିଥିଲେ ଦାମ ।

ଅନ୍ୟପେଟ ଦାମ ନୂଆ ଦଳରେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳରେ ସାମିଲ କରିବାକୁ ଆଗ୍ରହୀ ଅଛନ୍ତି । କିନ୍ତୁ ପୂର୍ବରୁ ବାରିପଦା ସଭାରେ ଦାମଙ୍କ ସହ ମଞ୍ଚ ସେୟାର ନ କରି ଅଧାବାଟରୁ ଚାଲି ଆସିଥିଲେ ବୈଜୟନ୍ତ । ଯାହା ହୁଏତ ଦାମଙ୍କ ଆଶାକୁ ପୂର୍ଣ୍ଣ ନକରିପାରେ । ଅବଶ୍ୟ ଓଡ଼ିଶାରେ ଆଞ୍ଚଳିକ ରାଜନୈତିକ ଦଳ ଗଠନ ହେବା କିଛି ନୂଆ ନୁହେଁ । କାରଣ ୧୯୯୭ରୁ ବିଜୁ ଜନତା ଦଳ ଗଠନ ହୋଇ ଦୀର୍ଘ ୧୮ବର୍ଷ ହେଲାଣି କ୍ଷମତାରେ ଅଛି । କେବଳ ବିଜୁଙ୍କ ନାଁରେ ଗଠିତ ଆଞ୍ଚଳିକ ଦଳକୁ ଯେ ଓଡ଼ିଶାରେ ସଫଳତା ମିଳିଛି ତା ନୁହେଁ, ଅତୀତରେ ଅନେକ ଆଞ୍ଚଳିକ ଦଳ କ୍ଷମତାରେ ରହିଛନ୍ତି । ଯାହାର ଉଦାହରଣ ସ୍ୱାଧିନତା ପରେ ପ୍ରଥମ ନିର୍ବାଚନ ୧୯୫୨ରେ ଆଞ୍ଚଳିକ ଦଳ ଗଣତନ୍ତ୍ର ପରିଷଦ‘  । ୧୯୬୭ରେ କଂଗ୍ରେସରୁ ଅଲଗା ହୋଇ ହରେକୃଷ୍ଣ ମହତାବଙ୍କ ‘ଜନ କଂଗ୍ରେସ‘ ଦଳ । ୧୯୭୧ରେ ବିଜୁ ପଟ୍ଟନାୟକଙ୍କ ନାମରେ ଉତ୍କଳ କଂଗ୍ରେସ ଭଳି ଦଳ ଗୁଡ଼ିକ ଦବଦବା ରହିଥିଲା ।

dama reactionସେହିପରି ଯଦି ଦାମଙ୍କ  ନୂଆ ଦଳ ଗଢ଼ି ଉଠିଲା । ଏଥିରେ କାହାକୁ ଫାଇଦା ମିଳିବ ଏବଂ କାହାକୁ ହେବ ଘାଟା ତାକୁ ନେଇ ବିରୋଧୀଙ୍କ ମଧ୍ୟରେ ଏବେ ଚାଲିଛି ଅଙ୍କ କଷାକଷି । କାରଣ ଦାମଙ୍କ ରାଜନୀତି କ୍ୟାରିୟର ବିଜୁ ପଟ୍ଟନାୟକଙ୍କ ସହ ଯୋଡ଼ି ହୋଇ ଗଢ଼ି ଉଠିଥିଲା । ଯାହା ତାଙ୍କୁ ଯୁବ ନେତାରୁ ବିଧାୟକ ଏବଂ ପରେ ମନ୍ତ୍ରୀ ପଦରେ ଅଳଂକୃତ କରିଥିଲା । କିନ୍ତୁ ଏବେ ଦାମଙ୍କ ନୂଆ ଦଳ ଗଢ଼ି ଉଠିଲା ପରେ ରାଜ୍ୟରେ କେତେ ଦିନ ତିଷ୍ଠିବ ଏବଂ ଦୀର୍ଘ ଦିନ କ୍ଷମତାରେ ଥିବା ଶାସକ ବିଜେଡ଼ି ଉପରେ କେଉଁ ପ୍ରଭାବ ପକାଇବ ତାକୁ ନେଇ ଖଟିରେ ଚର୍ଚ୍ଚା ଜୋର ଧରିଛି ।